ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ

 କେନ୍ଦ୍ରାପଡା : ମହାକାଳପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା କଳ୍ପନା ରାଉତଙ୍କ ବିରୋଧରେ ଅନାସ୍ଥା ଆଣିବାକୁ ଅଣ୍ଟା ଭିଡ଼ିଛନ୍ତି ନିର୍ବାଚିତ ପ୍ରତିନିଧି ମାନେ । ଏ ନେଇ ୪୨ ଜଣ ଲୋକପ୍ରତିନିଧିଙ୍କ ଦସ୍ତଖତ ସମ୍ବଳିତ ଏକ ଅନାସ୍ଥା ପ୍ରସ୍ତାବ ଉପଜିଲ୍ଲାପାଳଙ୍କୁ ୨୦ ତାରିଖରେ ଦିଆଯାଇଥିଲା । ଉପଜିଲ୍ଲାପାଳ ଏ ସଂକ୍ରାନ୍ତରେ ଗତ ୨୧ତାରିଖ ମହାକାଳପଡ଼ା ବିଡିଓଙ୍କୁ ଚିଠି କରିଥିଲେ ।ଚିଠିରେ ଉଲ୍ଲେଖ ଥିଲା ସମସ୍ତ ୪୨ ଜଣ ଲୋକପ୍ରତିନିଧିଙ୍କ ଦସ୍ତଖତ ଯାଞ୍ଚ କରାଯିବ ବୋଲି । ଏଥିପାଇଁ ଆଜି ୨୮ତାରିଖକୁ ଦିନଧାର୍ଯ୍ୟ କରାଯାଇଥିଲା ବେଳେ ଆଜି ସମସ୍ତ ୪୨ ଜଣ ଲୋକପ୍ରତିନିଧି ଉପଜିଲ୍ଲାପାଳଙ୍କୁ ଭେଟିଥିଲେ ।  ଅନାସ୍ଥା ପ୍ରସ୍ତାବରେ ନାମ ଥିବା ଲୋକପ୍ରତିନିଧିଙ୍କ ଦସ୍ତଖତ ଯାଞ୍ଚ ହେବା ସମୟରେ ମହାକାଳପଡ଼ା ରାଜନୀତିରେ ଏକ ରୋଚକ ପରିସ୍ଥିତି ସୃଷ୍ଟି ହୋଇଛି ।କେନ୍ଦ୍ରାପଡ଼ା ଜିଲ୍ଲାର ୯ଟିଯାକ ବ୍ଲକ୍ର ପଞ୍ଚାୟତ ସମିତି ସମ୍ପ୍ରତି ବିରୋଧୀ ବିଜେଡି କବ୍ଜାରେ ରହିଛି । ୩୧ ପଞ୍ଚାୟତ ବିଶିଷ୍ଟ ମହାକାଳପଡ଼ା ବ୍ଲକ୍ରେ ୬୨ ଜଣ ସଭ୍ୟ, ସଭ୍ୟା ଓ ସରପଞ୍ଚ ଥିବା ବେଳେ ବିଜେଡି ଦଳର ପଞ୍ଚାୟତ ସମିତି ଅଧ୍ୟକ୍ଷା ଅଛନ୍ତି ଏବେ ବିଜେଡି ଅଧ୍ୟକ୍ଷାଙ୍କୁ ହଟାଇବା ପାଇଁ ଶାସକ ବିଜେପି ଅଣ୍ଟା ଭିଡିÿଛି । ଏଥିପାଇଁ ସମିତି ସଭ୍ୟଙ୍କ ସହିତ ସରପଞ୍ଚଙ୍କୁ ନେଇ ଅନାସ୍ଥା ଆଗତ ହୋଇଛି । ବ୍ଲକ୍ରେ ବିକାଶମୂଳକ କାମ ହୋଇପାରୁ ନ ଥିବା ଅଭିଯୋଗ ହୋଇଛି । ଏହି ଆଧାରରେ ସେହି ୨୦ ତାରିଖରେ ଉପଜିଲ୍ଲାପାଳଙ୍କୁ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଦିଆଯାଇଥିଲା । ଯେଉଁଥିରେ ୪୨ ସମିତି ସଭ୍ୟ ସଭ୍ୟା ଓ ସରପଞ୍ଚ ମାନେ ଦସ୍ତଖତ କରିଥିଲେ ।ଆଜି ଉପଜିଲ୍ଲାପାଳଙ୍କୁ ସମସ୍ତ ୪୨ ଲୋକ ପ୍ରତିନିଧି ଭେଟିବା ପରେ ଉପଜିଲ୍ଲାପାଳ ଏପ୍ରିଲ ୫ ତାରିଖରେ ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟରେ ଭୋଟିଙ୍ଗ୍ କରାଯିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଅଧ୍ୟକ୍ଷାଙ୍କ ବିରୋଧରେ ଭୋଟ ହେଲା ପରେ ଯାହା ନିଷ୍ପତ୍ତି ନିଆଯିବ ବୋଲି ଉପଜିଲ୍ଲାପାଳ ଅରୁଣ କୁମାର ନାୟକ କହିଛନ୍ତି ।