୨୦୨୫ରେ ଇସ୍କନର ଅଦିନିଆ ୬୮ ରଥଯାତ୍ରା ଓ ୪୦ ସ୍ନାନଯାତ୍ରା

 ଭୁବନେଶ୍ୱର: ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରାକୁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଦୃଢ଼ ବିରୋଧ କରିଛନ୍ତି  । ଏନେଇ ବିଦ୍ୱାନମାନେ ବିଚାରବିମର୍ଷ କରିବା ସହ ଶାସ୍ତ୍ର ସମ୍ମତ ଏକ ଶହେ ପୃଷ୍ଠାର ତଥ୍ୟ ସମ୍ବଳିତ ପୁସ୍ତକ ବି କରାଯାଇଛି  । 
ଏନେଇ ଇସ୍କନକୁ ମଧ୍ୟ ଅବଗତ କରାଯାଇଛି  । ଗଜପତି ମହାରାଜା କହିଛନ୍ତିଯେ, ୧୯୬୭ରେ ପ୍ରଭୁପାଦଙ୍କ ତତ୍ତ୍ୱାବଧାନରେ ବିଦେଶରେ ରଥଯାତ୍ରା କରାଗଲା  । ୧୯୭୭ରେ ଅଧିକରୁ ଅଧିକ ରଥଯାତ୍ରା କରାଗଲା  । ପ୍ରଥମେ ସେମାନେ ନିର୍ଦ୍ଧାରିତ ଦିନରେ ରଥଯାତ୍ରା କଲେ  । କିନ୍ତୁ ପ୍ରଭୁପାଦଙ୍କ ଦେହାବସାନ ପରେ ଅଧିକାଂଶ ସମୟରେ ତିଥି ବାହାରେ ରଥଯାତ୍ରା ହେଉଛି  । ୨୦୨୫ରେ ୬୮ ସ୍ଥାନରେ ତିଥି ବାହାରେ ରଥଯାତ୍ରା ହୋଇଛି  । ଇସ୍କନକୁ ବାରମ୍ବାର ଏନେଇ ଦୃଷ୍ଟି ଆକର୍ଷଣ କରାଯାଇଛି  । ବହୁ ଆଲୋଚନା ପରେ ଭାରତରେ ସେମାନେ ପରମ୍ପରା ମାନିବାକୁ ନିଷ୍ପତ୍ତି ନେଇଛନ୍ତି  । ଖାଲି ରଥଯାତ୍ରା ନୁହେଁ ସ୍ନାନଯାତ୍ରାରେ ବି କରୁଛନ୍ତି  । ମହାପ୍ରଭୁଙ୍କ ଜନ୍ମ ଦିବସକୁ ଭିନ୍ନ ତିଥିରେ କରୁଛନ୍ତି  । ଭାରତ ଭିତରେ ବି ୪୦ ସ୍ଥାନରେ ବିନା ତିଥିରେ ସ୍ନାନଯାତ୍ରା କରିଥିବା ଜାଣିବାକୁ ମିଳିଛି  । ଭାରତ ବାହାରେ ଶନିବାର ଓ ରବିବାର ଦିନ କରାଯାଉଛି  । ୯ ଦିନ ଭିତରେ ରବିବାର ଓ ଶନିବାର ଆସିପାରିବ, ସେମାନେ ଚାହିଁଲେ ସେହି ସମୟରେ ରଥଯାତ୍ରା କରିପାରିବେ  । ଏନେଇ ତର୍ଜମା କରିବାକୁ ଇସ୍କନକୁ ମାସେ ସମୟ ଦିଆଯାଇଛି  । ଯଦି ଇସ୍କନ କଥା ନରଖିବ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ  ।