୨୦୨୭ ସୁଦ୍ଧା ସମସ୍ତ ଗାଁକୁ ରାସ୍ତା 

୨୦୨୭ ସୁଦ୍ଧା ସମସ୍ତ ଗାଁକୁ ରାସ୍ତା 

ଭୁବନେଶ୍ୱର : ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟରେ ଦେଢ ଶହ ଜନସଂଖ୍ୟା ଥିବା ସମସ୍ତ ଗାଁକୁ ହେବ ରାସ୍ତା । ଆସନ୍ତା ୩ ମାସରେ ଶତ ପ୍ରତିଶତ ବଜେଟ୍‌ ଖର୍ଚ୍ଚ କରିବାକୁ ସବୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ବଜେଟ ଖର୍ଚ୍ଚ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା କରାଯାଇଛି । ଏହି ସମୀକ୍ଷା ପରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୨୦୨୭ ସୁଦ୍ଧା ୭୫ ହଜାରରୁ ଅଧିକ ରାସ୍ତା ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ୩୦ ହଜାରରୁ ଅଧିକ ରାସ୍ତା ନିର୍ମାଣ ହୋଇଥିବା ସମୟ ସୀମା ମଧ୍ୟରେ ସମସ୍ତ କାମ ସାରିବାକୁ ଟାର୍ଗେଟ ରଖାଯାଇଛି । ଗତ ସରକାରରରେ ୯୨ଟି ବ୍ରିଜ୍‌ ଆପ୍ରୋଚ ରୋଡନଥିଲା । ଆମ ସରକାର ଆସିବା ପରେ ୫୦ଟି ବ୍ରିଜ୍‌ ପାଇଁ ଜମି ଅଧିଗ୍ରହଣ ସରିଲାଣ । ଏବେ ସୁଦ୍ଧା ୫୩ ପ୍ରତିଶତ ବଜେଟ୍‌ ଖର୍ଚ୍ଚ ସରିଥିବା ବେଳେ ୩ ମାସରେ ଶତ ପ୍ରତିଶତ ଖର୍ଚ୍ଚ କରିବାକୁ  ପଞ୍ଚାୟତିରାଜ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।