୨୧ରେ ଶାରଳାପୀଠରୁ କଂଗ୍ରେସ ପଦଯାତ୍ରା

ଜଗତସିଂହପୁର : ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ ପଦଯାତ୍ରାର ଶୁଭାରମ୍ଭ ଜଗତସିଂହପୁର ଜିଲ୍ଲାର ମା’ ଶାରଳାଙ୍କ ପିଠରୁ ଚଳିତ ଏପ୍ରିଲ ମାସ ୨୧ ତାରିଖ ଦିନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଆରମ୍ଭ ହେବ ବୋଲି ଜଗତସିଂହପୁର ସର୍କିଟ ହାଉସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ପ୍ରକାଶ କରିଛନ୍ତି । ଏହି ପଦଯାତ୍ରା ସକାଳ ୮ ଘଟିକା ସମୟରେ ଆରମ୍ଭ ହୋଇ ମା" ସାରଳା ମନ୍ଦିରରୁ ବାହାରି ମୁଳିସିଂ ବଜାର,ବିରତୋଳ,ସଂଅରା ଛକ ,ସାଁପୁର,ତରଡାପଡା ଛକ,ପୁରୋହିତପୁର ଦେଇ ଜଗତସିଂହପୁର ସହରର ସ୍ଥିତ ଚର୍ଚ୍ଚିକା ବଜାରରେ ପହଞ୍ଚିବ । ଚର୍ଚ୍ଚିକା ବଜାରରୁ ସଂଧ୍ୟା ୬ ଘଟିକା ସମୟରୁ ମଶାଲ ଶୋଭାଯାତ୍ରାରେ ଗାନ୍ଧୀ ଛକ ପର୍ଯ୍ୟନ୍ତ ଯିବା ସହ ଗାନ୍ଧୀ ଛକ ଠାରେ ପହଞ୍ଚି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ସମବେତ ପଦଯାତ୍ରୀ ଙ୍କୁ ଉଦବୋଧନ ଦେବେ ବୋଲି ସ୍ତୀରିକୃତ ହୋଇଛି । କାର୍ଯ୍ୟକ୍ରମରେ ଜଗତସିଂହପୁର ଲୋକସଭା ନିର୍ବାଚନମଣ୍ଡଳୀ ର ସମସ୍ତ ନେତୃମଣ୍ଡଳୀ ଓ କର୍ମୀମାନେ ଯୋଗଦେବେ । ଏଥିସହ ରଘୁନାଥପୁର ବ୍ଲକ ଅନ୍ତର୍ଗତ ତରିକୁନ୍ଦ ପଞ୍ଚାୟତରେ ଅନୁଷ୍ଠିତ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବା କାର୍ଯ୍ୟକ୍ରମରେ ବିଜେପି ଦଳର ଓବିସି ସେଲ୍ ସଭାପତି ସୁବୋଧ ବାରିକ ଓ ବିଜେପି କର୍ମିମାନେ ଉପସ୍ଥିତ କାର୍ଯ୍ୟରତ ମହିଳ କନିଷ୍ଠ ଯନ୍ତ୍ରୀ ଓ କର୍ମଚାରୀ ମାନଙ୍କ ଉପରେ କଂଗ୍ରେସ ଦଳ ପକ୍ଷରୁ ଦୃଢ ନିନ୍ଦା କରିବା ସହ ମୁଖ୍ୟ ଆସାମୀ ଓ ସମସ୍ତ ଦୋଷୀ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ବିଧାୟକ ଡ. ଲଲାଟେନ୍ଦୁ ମହାପାତ୍ର, କଟକ ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ରବିନ୍ଦ୍ର କୁମାର ମଲ୍ଲିକ, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଜିଲ୍ଲା କଂଗ୍ରେସ ମୁଖପାତ୍ର ହେମନ୍ତ କୁମାର ରଥ, ନଗର କଂଗ୍ରେସ ସଭାପତି ଅଭୟ ମହାନ୍ତି, ବ୍ଲକ କଂଗ୍ରେସ ସଭାପତି ମାନସ ରଥ, ରଘୁନାଥପୁର ବ୍ଲକ କଂଗ୍ରେସ ଉପସଭାପତି ଆର୍ତ୍ତତ୍ରାଣ ପଣ୍ଡା, ସଂଖ୍ୟାଲଘୁ ସେଲ୍ ଅଧ୍ୟକ୍ଷ ଇମତିୟାଜ ଅହମ୍ମଦ ଖାଁ, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, ଯୁବ ନେତା ଆର୍ଶୀବାଦ ତ୍ରିପାଠୀ, କଂଗ୍ରେସ ନେତା ଠୁକୁରା ସାହୁ ପ୍ରମୁଖ ଯୋଗଦେଇଥିଲେ ।