ଓଡ଼ିଆରେ ନାମ ଫଳକ ଲେଖିବା ନିଦେ୍ର୍ଦଶ
ଜୟପୁର : ଓଡ଼ିଆ ପକ୍ଷ ପାଳନ ଅବସରରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାକୁ ନିଦେ୍ର୍ଦଶ ଦିଆଯିବା ସହ ସଚେତନତା ପଦ ଯାତ୍ରା କରାଯାଇଥିଲା । କୋରାପୁଟ ଜିଲ୍ଲା ସଦର ମହକୁମା ଓ ଜୟପୁର ଉପଖଣ୍ଡ ସ୍ତରୀୟ ପ୍ରତିଷ୍ଠାନ ଗୁଡିକରେ ଓଡ଼ିଆ ଭାଷାରେ ନାମ ଫଳକ ପ୍ରଦର୍ଶନରେ ଅବହେଳା ଦେଖବାକୁ ମିଳିଛି । ଏ ନେଇ ଦଶ ଗୋଟି ବ୍ୟବସାୟିକ ପ୍ରତିଷ୍ଠାନ ବିରୁଦ୍ଧରେ ଜିଲ୍ଲା ଶ୍ରମ ଅଧିକାରୀ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଜିଲ୍ଲାର ଅଧିକାଂଶ ଅଧିକାରୀ ଅଣଓଡ଼ିଆ ହୋଇଥିବାରୁ ଓଡ଼ିଆ ଭାଷା ପ୍ରତି ତିଳେ ମାତ୍ର ଦରଦ ନଥିବା ସାଧାରଣରେ ପ୍ରତିତ ହୋଇଛି । ଏ ନେଇ ଯଦି ସରକାରଙ୍କ ନିଦେ୍ର୍ଦଶ ନାମାକୁ ପାଳନ ନକରାଯାଏ ତେବେ ଆଗାମୀ ଦିନରେ ଏହି ବ୍ୟବସାୟିକ ପ୍ରତିଷ୍ଠାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ନ୍ୟାୟାଳୟ ନିଦେ୍ର୍ଦଶ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ସବିତା କୁମାରୀ ନାୟକ ଏବଂ ସହ ଶ୍ରମ ଅଧିକାରୀ ଚୈତନ୍ୟ ପ୍ରସାଦ ମାଝି ସୂଚନା ଦେଇଛନ୍ତି ।