୨୭ରେ ବସିବ ରତ୍ନଭଣ୍ଡାର ସଂପର୍କିତ ବୈଠକ  

୨୭ରେ ବସିବ ରତ୍ନଭଣ୍ଡାର ସଂପର୍କିତ ବୈଠକ  

ଭୁବନେଶ୍ୱର : ଆସନ୍ତା ୨୭ ତାରିଖରେ ବସିବ ରତ୍ନଭଣ୍ଡାର ସଂପର୍କିତ ବୈଠକ । ଖୁବଶୀଘ୍ର ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା । ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇ ଦିଆଯାଇଛି । ପ୍ରଥମେ ହାଇ ଲେବେଲ କମିଟି ବୈଠକ ବସିବ । ଏହାପରେ ମ୍ୟାନେଜିଂ କମିଟିକୁ ଏହି ପ୍ରସଙ୍ଗ ଆସିବ । ଅନୁମୋଦନ ପରେ କେବେଠୁ ଗଣତି ମଣତି ହେବ, ତାହା ସରକାରଙ୍କୁ ଜଣାଇ ଦିଆଯିବ । ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଏହି ପ୍ରକ୍ରିୟା ୫-୬ ମାସ ଭିତରେ ସରିବ ।