୨୭ ଲକ୍ଷର ବ୍ରାଉନସୁଗାର ଜବତ, ୨ ଗିରଫ 

୨୭ ଲକ୍ଷର ବ୍ରାଉନସୁଗାର ଜବତ, ୨ ଗିରଫ 

କଟକ : ବ୍ରାଉନସୁଗାର ବେପାର କରିବା ଅଭିଯୋଗରେ କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡର଼୍ ମଙ୍ଗଳବାର ସ୍ଥାନୀୟ ମର୍କତନଗର ଥାନା ଅଞ୍ଚଳର ୨ଟି ସ୍ଥାନରୁ ୨ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ, ସ୍ଥାନୀୟ ମର୍କତନଗର ଥାନା ଅନ୍ତର୍ଗତ ସତୀଚଉରା ଅଞ୍ଚଳର ଇମାମପଡ଼ାର ମିର୍ଜା ଆକିବ ବେଗ (୨୫) ଓ ବିଜୁ ଜେନା (୪୦) । ଅଭିଯୁକ୍ତଙ୍କ ନିକଟରୁ ଅବକାରୀ ବିଭାଗ ୨୭୧ଗ୍ରାମ ବାଉନସୁଗାର ଜବତ କରିଛି । ଗିରଫ ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନା ମୁତାବକ, ଅବକାରୀ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡର଼୍ର ଏକ ଟିମ ମର୍କତନଗର ଥାନା ଅଞ୍ଚଳରେ ଚଢ଼ାଉ କରିଥିଲା ।

     ଏହି ସମୟରେ ବ୍ରାଉନସୁଗାର ରଖିବା ଓ ବେପାର କରିବା ଅଭିଯୋଗରେ ଅବକାରୀ ବିଭାଗ ଘଟଣା ସ୍ଥଳରୁ ବ୍ରାଉନସୁଗାର ବେପାରୀ ମିର୍ଜା ଆକିବ ବେଗ ଓ ବିଜୁ ଜେନାକୁ ଗିରଫ କରିଥିଲା । ଅଭିଯୁକ୍ତଙ୍କ ନିକଟରୁ ଅବକାରୀ ବିଭାଗର କର୍ମଚାରୀ ୨୭୧ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା । ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୭ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏହାଛଡ଼ା ଅଭିଯୁକ୍ତଙ୍କ ନିକଟରୁ ଅବକାରୀ ବିଭାଗ ଗୋଟିଏ ହୁଣ୍ଡା ଆକ୍ଟିଭା ଜବତ କରିଛି । ଏହି ଚଢ଼ାଉରେ ଆଇଆଇସି ହୀରା ଦଳପତି, ଏସଆଇ ବଳବୀର ଗଡ଼ନାୟକ, ଅମିତ ବିଶ୍ୱାଳ, ଏଏସଆଇ ଦିଲ୍‌ପ ନନ୍ଦ ଓ କନେଷ୍ଟବଳ ଦିଲଜିତ ଦାସ, ରୋଜାଲିନ ପଟ୍ଟନାୟକ, ରଂଜିତ ସାହୁ, ସୁମିତ ନାୟକ, ଶଙ୍କରର୍ଷଣ ରାଉତ, ଶିବାନନ୍ଦ ଷଡଙ୍ଗୀ, ସସ୍ମିତା ସାହୁ, ରୋଜାଲିନ ବେହେରା ପ୍ରମୁଖ ସାମିଲ ଥିଲେ । ଗିରଫ ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।