୩ ବ୍ୟାଙ୍କକୁ ଆଶ୍ୱସ୍ତି ହଟିଲା ସରକାରୀ କଟକଣା


 ଭୁବନେଶ୍ୱର: ବିଭିନ୍ନ ଜନମଙ୍ଗଳକାରୀ ଯୋଜନାରେ ଋଣ ପ୍ରଦାନରେ ପ୍ରଦର୍ଶନ ଭଲ ନଥିବାରୁ ୩ ବେସରକାରୀ ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ, ଏଚଡ଼ିଏଫସି ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ ଉପରେ ସରକାର କଟକଣା ଲଗାଇଥିଲେ  । ଏହି ତିନି ବ୍ୟାଙ୍କ ସହ କୌଣସି ପ୍ରକାର ସରକାରୀ ଦେଣନେଣ କରିବା, ଆକାଉଣ୍ଟ ରଖିବା ଆଦି ଉପରେ କଟକଣା ଲଗାାଯାଇ ଜୁନ୍ ୨୧ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା  । ଏବେ ରାଜ୍ୟ ସରକାର ସଦ୍ୟତମ ବିଜ୍ଞପ୍ତି ପ୍ରକାଶ କରି ଏହି କଟକଣା ହଟାଇ ଦିଆଯାଇଛି  । ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ବିଭିନ୍ନ ବିଭାଗକୁ ପଠାଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତିଯେ,  ୩ ବ୍ୟାଙ୍କର ଶୀର୍ଷ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଗତ ଜୁଲାଇ ୧ରେ ଆଲୋଚନା କରିଥିଲେ  । ସରକାରୀ ଯୋଜନାରେ ପ୍ରଦର୍ଶନ ଉନ୍ନତ କରିବା ସହ ଋଣ ଅନୁପାତ ବୃଦ୍ଧି ପାଇବ ବୋଲି ପ୍ରତିଶ୍ରୁତି ଦେଇଥିଲେ  । ସେମାନଙ୍କୁ ତାଲିକାରୁ ବାଦ୍ ନଦେବାକୁ ଅନୁରୋଧ କରିଥିଲେ  । ଏସବୁକୁ ଆଖିଆଗରେ ରଖି ରାଜ୍ୟ ସରକାର କଟକଣା ହଟାଇ ଦେଇଛନ୍ତି  । ଫଳରେ ତିନି ବ୍ୟାଙ୍କ ସହ ସରକାର ଦେଣନେଣ କରିପାରିବେ  ।