୪ ବର୍ଷରେ ମଧ୍ୟରେ ନଦୀରେ ବୁଡି ୧୭୫୦ ମୃତ୍ୟୁ

୪ ବର୍ଷରେ ମଧ୍ୟରେ ନଦୀରେ ବୁଡି ୧୭୫୦ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ୪ ବର୍ଷରେ ମଧ୍ୟରେ ନଦୀରେ ବୁଡି ୧୭୫୦ଜଣଙ୍କ  ଜୀବନ ଯାଇଛି । ଆଜି ଏ ନେଇ ବିଧାନସଭାରେ ବିଜେଡି ବିଧାୟକ ବିଭୂତି ବଳବନ୍ତରାୟଙ୍କ ପ୍ରଶ୍ନ ରଖିଥିଲେ । ଏହାର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ୨୦୨୨-୨୦୨୫ ମସିହା ଭିତରେ କଟକରେ ସର୍ବାଧିକ ୧୭୯ଜଣ, କେନ୍ଦ୍ରାପଡ଼ାରେ ୧୧୦ଜଣ, ମୟୂରଭଞ୍ଜରେ ୧୫୪ଜଣ, ସମ୍ବଲପୁରରେ ୧୦୭ଜଣ ଏବଂ କେନ୍ଦୁଝର ଜିଲ୍ଲାରେ ୧୬୦ଜଣଙ୍କର ନଦୀରେ ବୁଡ଼ି ଜୀବନ ଯାଇ । ଚଳିତ ବର୍ଷ ୪୨୭ଜଣ ନଦୀରେ ବୁଡି ମରିଛନ୍ତି । ଅନ୍ୟପଟେ ସମୁଦ୍ରରେ ପୁରୀରେ ସର୍ବାଧିକ ୬୨ ଜଣ ଓ ଗଞ୍ଜାମରେ ୧୩ ଜଣଙ୍କ ଜୀବନ ଯାଇଛି ।