ସଲମାନ୍ ଖାନଙ୍କ ସୁରକ୍ଷାରେ ପୁଣି ତ୍ରୁଟି

ସଲମାନ୍ ଖାନଙ୍କ ସୁରକ୍ଷାରେ ପୁଣି ତ୍ରୁଟି

ସଲମାନ ଖାନଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଗତ ବୁଧବାର ସଲମାନଙ୍କ ଘରେ ଏକ ଘଟଣା ଘଟିଛି । ଯେଉଁଠି ଜଣେ ଅଜଣା ମହିଳା ତାଙ୍କ ବାସଭବନରେ ପଶିଯାଇଥିଲେ । ଏହି ଅଜଣା ମହିଳା ସଲମାନଙ୍କ ଫ୍ଲାଟ୍ ପାଖରେ ପହଞ୍ଚିଯାଇଥିଲେ । ତେଣୁ ମହିଳାଙ୍କୁ ଗିରଫ କରାଯାଇଛି । ଅବୈଧ ପ୍ରବେଶ ନେଇ ମହିଳାଙ୍କ ନାଁରେ ମାମଲା ରୁଜୁ ହୋଇଛି । ମହିଳା ଜଣକ ହେଉଛନ୍ତି ୩୬ ବର୍ଷୀୟ ଇଶା ଛାଓ୍ୱଡା ।  ସଲମାନ ଖାନ ମୁମ୍ୱାଇ ବାନ୍ଦ୍ରାର ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ରୁହନ୍ତି । ସଲମାନଙ୍କ ସୁରକ୍ଷାରେ ତ୍ରୁଟିରେ ଏହା ଦ୍ୱିତୀୟ ଘଟଣା । ଏହାପୂର୍ବରୁ ତାଙ୍କ ବିଲ୍ଡିଂରେ ଅବୈଧ ପ୍ରବେଶର ଘଟଣା ପୂର୍ବରୁ ଘଟିସାରିଛି । ତାଙ୍କ ସୁରକ୍ଷାରେ ପୁଲିସ, ଯବାନ ମୁତୟନ ଅଛନ୍ତି । ଏଭଳି ସ୍ଥିତିରେ ଜଣେ ମହିଳା କେମିତି ସଲମାନଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିଲେ ତାହା ଚିନ୍ତାଜନକ । ବର୍ତ୍ତମାନ ପୁଲିସ ଏହାର କାରଣ ଖୋଜିବାରେ ଲାଗିଛି ।  ପୂର୍ବରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଠାରୁ ସଲମାନଙ୍କୁ ଅନେକ ହତ୍ୟା ଧମକ ମିଳିଛି । ତାଙ୍କ ଘରକୁ ଫାୟରିଂ ବି ହୋଇଛି । ଏହାକୁ ନଜରରେ ରଖି ମହାରାଷ୍ଟ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଯୋଗେଶ କଦମ ସଲମାନଙ୍କ ଘରେ ହୋଇଥିବା ଅବୈଧ ଘଟଣାରେ ଚିନ୍ତା ପ୍ରକାଶ କରିଛନ୍ତି । ସେ କହିଛନ୍ତି କି, ସଲମାନ ଖାନଙ୍କୁ ଏବେ ଯାଏ ଯେତେ ବି ଧମକ ମିଳିଛି ସେଥିପାଇଁ ତାଙ୍କୁ ସୁରକ୍ଷା ଦିଆଯାଇଛି । ଏଜେନ୍ସି ସତର୍କ ରହିଛନ୍ତି, ତାଙ୍କ ଜୀବନ ପ୍ରତି କୌଣସି ବିପଦ ନାହିଁ ।