୫ମ ରାଜ୍ୟ ଅର୍ଥ କମିଶନ ଖର୍ଚ୍ଚ ଉପରେ ଉଚ୍ଚ ଅଦାଲତଙ୍କରାୟ  : ୪ସପ୍ତାହ ମଧ୍ୟରେ ଅଭିଯୋଗ ସମାଧାନ ପାଇଁ ନିଦେ୍ର୍ଦଶ

ଖଇରା  : ବାଲେଶ୍ୱର ଜିଲା ଖଇରା ବ୍ଲକରେ ୫ମ ଅର୍ଥ କମିଶନ ଅର୍ଥ ଖର୍ଚ୍ଚରେ ଗ୍ରାମ ପଞ୍ଚାୟତ ନିୟମାବଳୀକୁ  ଉଲ୍ଲଂଘନ କରାଯିବା ପ୍ରତିବାଦରେ ଶ୍ୟାମସୁନ୍ଦରପୁର ପଞ୍ଚାୟତ ସମିତିସଭ୍ୟା ବାସନ୍ତୀ ମହାନ୍ତି ଏବଂ ଅନ୍ୟମାନେ ଉଚ୍ଚ ଅଦାଲତର ଆଶ୍ରୟ ନେଇଥିଲେ । ପ୍ରକଳ୍ପ ଚୟନରେ ଲୋକପ୍ରତିନିଧିଙ୍କୁ ଦୁରେଇ ରଖାଯାଉଥିବା ନେଇ ଅଭିଯୋଗରେ ଉଲ୍ଲେଖ କରିଥିଲେ  । ଜୁନ ୨୫ ତାରିଖରେ ବିଚାରପତି ଆର.କେ ପଟ୍ଟନାୟକ ଉକ୍ତ ମାମଲା(ଡବ୍ଲ୍ୟୁପି(ସି)୧୪୬୩୬ ଅଫ ୨୦୨୫) ର ବିଚାର କରି ୪ସପ୍ତାହ ମଧ୍ୟରେ ଏହି ଅଭିଯୋଗର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି  । ସେହି ସମୟ ମଧ୍ୟରେ କୌଣସି କାର୍ଯ୍ୟାଦେଶ ଇସୁ୍ୟ ନକରିବା ଏବଂ କାର୍ଯ୍ୟ ନିର୍ବାହରୁ ଦୁରେଇ ରହିବାକୁ ବିଚାରପତି ରାୟରେ ଉଲ୍ଲେଖ କରିଛନ୍ତି । ଏବେ ୨୪-୨୫ ଆର୍ଥିକ ବର୍ଷରେ  ୫ମ ଅର୍ଥ କମିଶନ ଅର୍ଥରେ ରାସ୍ତା ନିର୍ମାଣ, ଜଳାଶ୍ରୟ ନିର୍ମାଣ, ରାସ୍ତା ମରାମତି, ଗ୍ରାମ ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟରେ ଉନ୍ନୟନ କାର୍ଯ୍ୟ, ମୁଲ୍ୟବାନ ସମ୍ପତ୍ତି ରକ୍ଷଣାବେକ୍ଷଣ, ମାର୍କେଟ କମ୍ପ୍ଲେକ୍ସ  ଇତ୍ୟାଦି କାର୍ଯ୍ୟପାଇଁ ପାଖପାଖି ଖଇରା ବ୍ଲକକୁ ସାଢେ ୩କୋଟି ଟଙ୍କା ପ୍ରଦାନ କରାଯାଇଛି । ହେଲେ ପ୍ରକଳ୍ପକୁ ବିଧିବଦ୍ଧ ଭାବେ ଚୟନ କରାନଯିବା ତଥା ଲୋକପ୍ରତିନିଧି ମାନଙ୍କ ମତାମତକୁ ଉପେକ୍ଷା କରାଯିବା ପ୍ରତିବାଦରେ ମହାନ୍ତି ଓ ବହୁ ଲୋକପ୍ରତିନିଧି ନ୍ୟାୟ ପାଇଁ ଅଦାଲତର ଆଶ୍ରୟ ନେଇଥିଲେ ବୋଲି କହିଛନ୍ତି ।