ତାଲା ଭାଙ୍ଗି ସୁନା ଗହଣା ଲୁଟ 

 ବୈଶିଙ୍ଗା ଥାନା ଅଧୀନ ଅଗ୍ରିଆ ପଞ୍ଚାୟତର ବିଶ୍ରାମପୁର ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରୁ ମଙ୍ଗଳବାର ଦିନ ବେଳେ ଲୁଟ ହୋଇଥିବା ଜଣାଯାଇଛି  । ଘଟଣାରୁ ପ୍ରକାଶ ବିଶ୍ରାମପୁର ଗ୍ରାମର ଭବଜିତ ପ୍ରଧାନ ତାଙ୍କ ପରିବାର ସହ ତାଙ୍କର ପିଉସୀଙ୍କ ଦେହ ଖରାପଥିବାରୁ ଦେଖିବାକୁ ଯାଇଥିଲେ  । ସନ୍ଧ୍ୟା ସମୟରେ ଘରକୁ ଫେରି ଦେଖିଲାବେଳକୁ ତାଲା ଭଙ୍ଗା ଯାଇଥିବାର ଦେଖିଥିଲେ  । ଘର ଭିତରେ ତାଙ୍କ ମାଆ ଓ ଭଉଣୀଙ୍କ ଶୋଇବା ଘରେ ଥିବା ଆଲମାରୀ ତାଲା ଭଙ୍ଗା ଯାଇଥିବାର ଦେଖିବାକୁ ପାଇଥିଲେ  । ଘରୁ ଲୁଟ ହୋଇଥିବା ଜାଣି ବୈଶିଙ୍ଗା ପୁଲିସକୁ ପ୍ରଧାନ ଖବର ଦେଇଥିଲେ  । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବାବେଳେ ଘର ମାଲିକ ତାଙ୍କ ଘରୁ ୫ ହଳ ସୁନା ହାର, ଚାରି ହଳ ସୁନା ପାଲା, ୫ ହଳ କାନ ଫୁଲ, ମୁଦି ୫ ଟି, ୨ ହଳ ସୁନା ଚୁଡି, ୨ ଟି ବାହୁଟି ଓ ପ୍ରାୟ ୩ ଭରି ରୁପା ଗହଣା ଚୋରି ହୋଇଥିବାର ଜାଣିବାକୁ ପାଇଥିଲେ  ।