ଚୋରା କାଠ ଜବତ, ଜଣେ ଗିରଫ

 ନୀଳଗିରି: ନୀଳଗିରି ବ୍ଲକ ବଣସୀମା ଅଞ୍ଚଳରେ କିଛିଦିନ ହେବ ବେଧଡ଼କ ଭାବେ ଗଛକଟା ଚାଲିଥିବାର ନୀଳଗିରି ବନବିଭାଗ ବିଶେଷ ସୂତ୍ରରୁ ଖବରପାଇ ବନାଞ୍ଚଳର କର୍ମଚାରୀମାନେ ସାନନୂଆଗାଁ ଗ୍ରାମ୍ୟ ରାସ୍ତାରେ ସରକାରୀ ଜମିରେ ବେଆଇନ ଭାବେ ଗଚ୍ଛିତ ହୋଇ ରହିଥିବା ଶିମିଳି, ପିଆଶାଳ, ଅସନ, ଆମ୍ବ ସମୁଦାୟ ୩୫ ଖଣ୍ଡ କାଠଗଣ୍ଡି ଜବତ କରିଛନ୍ତି । ଯାହାକୁ ବ୍ୟବସାୟ ଉଦେ୍ଦଶ୍ୟରେ ଜଗି ରହିଥିବା ଗୋହିରା ଗ୍ରାମର ସମରେନ୍ଦ୍ର ଭୂୟାଁଙ୍କୁ ଘଟଣାସ୍ଥଳରେ କାବୁ କରି କାଠ ଗଣ୍ଡି ଓ ବ୍ୟବସାୟରେ ବ୍ୟବହୃତ ମୋଟର ସାଇକେଲକୁ ଜବଦ କରି ନୀଳଗିରି ବନାଞ୍ଚଳ କାର୍ଯ୍ୟ ।ଳୟକୁ ନେଇ ଆସିଥିଲେ । ଏହା ପରେ ଆସାମୀକୁ ବିଚାରନିମନ୍ତେ ନୀଳଗିରି ବିଚାରଳୟକୁ ଆଜି ପଠାଇ ଦିଆଜାଇଛି  । ଆଗକୁ ଏହି କସରର ତଦନ୍ତ ଜାରି ରହିଛି ।