୫୩ ନଂ ଜାତୀୟ ରାଜପଥ ଗଚ୍ଛିତ ମୋରମକୁ ନେଇ ସନେ୍ଦହ
 
                                କବାଟବନ୍ଧ : ଚଣ୍ଡିଖୋଲ-ଡ଼ୁବୁରୀ ୫୩ନଂ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଦୀର୍ଘ ବର୍ଷ ହେବ ଚାଲୁ ରହିଛି। ବିଭିନ୍ନ ସ୍ଥାନ ମାନଙ୍କରେ ଫ୍ଲାଏ ଓଭର ନିର୍ମାଣ କରାଯାଉଛି। ଏହାକୁ ଏମଏସଆଇଏଲ ଠିକା କମ୍ପାନୀ କାର୍ଯ୍ୟ କରୁଛି। ସେହି ପରି ଚଡେଇଧରା ତାରିଣୀ ଛକ, ବାଲିସାହି ଛକରେ ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଏହି ସ୍ଥାନରେ ଚୋରାରେ ମୋରମ ବିପୁଳ ପରିମାଣ ରେ ଗଦା ହେବାକୁ ନେଇ ସଂନେ୍ଦହେ ସୃଷ୍ଟି ହୋଇଛି । ଅନେକ ସମୟରେ ବାଲି,ମୋରମ ଲୁଟ କରି ଜାତୀୟ ରାଜପଥରେ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଆସୁଥିଲା। ଧର୍ମଶାଳା ତହସିଲ ଅଂଚଳରେ ଖଣିଜ ସମ୍ପଦ ଲୁଟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜିଲା ଏବଂ ଜିଲା ବାହାରେ ବିଭିନ୍ନ ସରକାରୀ, ବେସରକାରୀ ପ୍ରକଳ୍ପ କାମରେ ଏହି ଚୋରା ମୋରମ ବ୍ୟବହାର ହେଉଛି ।ଧର୍ମଶାଳା ତହସିଲ ଅଧୀନରେ ମୋରମ ଲିଜ ସୂତ୍ରରେ କାହାରିକୁ ଦିଆଯାଇନାହିଁ । ଫଳରେ ଧର୍ମଶାଳା ତହସିଲ ଅଧୀନ ତାରିଣୀଛକ କାଜୁବଗିଚା, ସୁକୁଟିଝର, ଅଂଜିରା ମୌଜା ମୁରାରୀପୁର ପିଚୁପ୍ଲାଣ୍ଟ ପାର୍ଶ୍ୱ, ଚକ୍ରଧରପୁର ନୂଆ ସାହି ସ୍ଥାନ ମାନଙ୍କରୁ ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳୁଛି। ଗୋଚର,ଅନାବାଦୀ,ଜଙ୍ଗଲ କିସମ ଜାଗାରୁ ଦୈନିକ ଲୁଟ ହୋଇ ରାଜପଥକୁ ଚାଲାଣ ହୋଇଥାଏ । ଗୋଟିଏ ଗୋଟିଏ ସ୍ଥାନକୁ ମାଫିଆ ମାନେ ଦଶରୁ କୋଡିଏ ଫୁଟ ଗର୍ତ କରି ଲୁଟ କରିଚାଲିଛନ୍ତି। ସେହି ଗର୍ତରେ ପଡି ଚାରା ବୁଲା ଗାଈ,ଗୋରୁଙ୍କ ଜୀବନ ଯିବାର ସମ୍ଭାବନା ରହିଛି । ମୋରମ ଲୁଟ ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗୀୟ ନିରବ ରହୁଥିବା ବିଭାଗୀୟ ଅଧିକାରୀଙ୍କ ପ୍ରତି ସନେ୍ଦହ ସୃଷ୍ଟି ହେଉଛି । ଚୋରା ଚାଲାଣ ହେଉଥିବା ଲଘୁ ଖଣିଜ ସମ୍ପଦ ସରକାରଙ୍କ ରାଜସ୍ୱ ହାନି ହେଉଥିବା ଅଭିଯୋଗ ହେଉଛି । ଚଡେଇଧରା ତାରିଣୀ ଛକ ଏବଂ ବାଲିସାହି ଛକ ଫ୍ଲାଏ ଓଭର ନିର୍ମାଣ କରାଯାଉଛି ଲୁଟ ହୋଇ ଶହ ଶହ ଟ୍ରିପ ମୋରମ ରାସ୍ତା କାମରେ ବ୍ୟବହାର କରାଯାଉଛି । ସ୍ଥାନୀୟ ତହସିଲଦାର କିମ୍ବା ଜିଲ୍ଲା ଲଘୁ ଖଣି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ ।ସ୍ଥାନୀୟ ଅଂଚଳର କିଛି ମାଫିଆ ଦୀର୍ଘ ଦିନ ହେବ ଠିକା ସଂସ୍ଥା ସହିତ ସଲାସୁତରାରେ ଦୈନିକ ଶହ ଶହ ଟ୍ରିପ ମୋରମ ଚୋରା ଚାଲାଣ କରି ଆସୁଥିବା ଅଭିଯୋଗ ହୋଇଛି । ଏମଏସଆଇଏଲ ଠିକା ସଂସ୍ଥା ସ୍ଥାନୀୟ ଅଂଚଳର ମାଫିଆ ମାନଙ୍କୁ ନିଯୁକ୍ତ କରି କମ ପଇସା ଦେଇ ଅଧିକ ଲାଭବାନ ଆଶାରେ ଲୁଟ କରିଚାଲିଛି । ଏହି ଗଛିତ ମୋରମ ଆକଳନକୁ ସଠିକ ତଦନ୍ତ କରି କରି ଜିଲାପାଳଏବଂ ଜିଲା ଖଣି ବିଭାଗ ଦୁଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।
 
 Henamanjaree Swain
                                    Henamanjaree Swain                                 
    
             
    
             
    
             
    
             
    
 
    
 
 
 
