୫ ମନ୍ଦିରର ନିର୍ମାଣ ପ୍ରକଳ୍ପ ସମୀକ୍ଷା
ଭୁବନେଶ୍ୱର: ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ କଟକ ଜିଲ୍ଲା ଅଧୀନ ୫ଟି ମନ୍ଦିରର ନିର୍ମାଣ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରାଯାଇଛି । ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମା' କଟକ ଚଣ୍ଡୀ, ନୀଳମାଧବ, ମା' ଚର୍ଚ୍ଚିକା, ଧବଳେଶ୍ୱର ଓ ଗୋପୀନାଥଜୀଉ ମନ୍ଦିର ଉନ୍ନୟନ ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । କଟକ ଚଣ୍ଡୀ ମନ୍ଦିରର ଉନ୍ନୟନ ପ୍ରକଳ୍ପ ଅନ୍ତର୍ଗତ ଜମି ଅଧିଗ୍ରହଣ, ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ, ମନ୍ଦିର ପରିସରରେ ଥିବା ପୁରାତନ ଗଛର ସୁରକ୍ଷା ସହ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେବା ବିଷୟରେ ଆଲୋଚନା ହୋଇଥିଲା । ସେହିପରି ନେମାଳ ସ୍ଥିତ ଅଚୁ୍ୟତାନନ୍ଦ ଗାଦି ଓ ଗୋପୀନାଥଜୀଉ ମନ୍ଦିର ବେଢା ନିର୍ମାଣ, ପ୍ରସାଦ ମଣ୍ଡପ, ପ୍ରସ୍ତାବିତ ନୂଆ ରାସ୍ତା ଆଦି ନିର୍ମାଣ ବିଷୟରେ ଆଲୋଚନା ହୋଇଥିଲା ।
ନୀଳମାଧାନ ଉନ୍ନୟନ ପ୍ରକଳ୍ପ ଅନ୍ତର୍ଗତ ପୂର୍ବଦ୍ୱାର ଓ ପାହାଚ ନିର୍ମାଣ, ବେଢା ପରିକ୍ରମା, ଗାଡ଼ି ପାର୍କିଂ ସ୍ଥଳ, ଦୋକାନ ଗୃହ ଓ ଶୌଚାଳୟ ଆଦି ନିର୍ମାଣ ବିଷୟରେ ମଧ୍ୟ ବୈଠରେ ଆଲୋଚନା ହୋଇଥିଲା । ମା' ଚର୍ଚ୍ଚିକା ମନ୍ଦିର ଜମି ଅଧିଗ୍ରହଣ, ଭୋଗମଣ୍ଡପ ନିର୍ମାଣ, ମନ୍ଦିର ପରିକ୍ରମା, ପାର୍କିଂ ସ୍ଥଳ ଏବଂ ବର୍ଦ୍ଧିତ ନିର୍ମାଣ ପ୍ରକଳ୍ପ ସହ ସମନ୍ୱିତ ଧବଳେଶ୍ୱର ଉନ୍ନୟନ ପ୍ରକଳ୍ପ ଅଧୀନରେ ଥିବା ବ୍ରାହ୍ମଣ କଟେଜ, ସିଂହଦ୍ୱାର, ଯଜ୍ଞ ମଣ୍ଡପ, ଆନନ୍ଦ ବଜାର, ଅଫିସ ଗୃହ, ପାର୍କିଂ ସ୍ଥଳ ନିର୍ମାଣ ବିଷୟରେ ଆଲୋଚନା ହୋଇଥିଲା । ବୈଠକରେ କଟକ ସାଂସଦ ଭର୍ତ୍ତୃହରି ମହତାବ, କଟକ ବାରବାଟୀ ବିଧାୟକ ସୋଫିଆ ଫିଦେ୍ର୍ଦାଷ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, କଟକ ଅତିରିକ୍ତ ଜିଲ୍ଲାପାଳ ଇପ୍ସିତା ମିଶ୍ର, ଇଆଇସି ସିଭିଲ ସତ୍ୟବ୍ରତ ବେହେରା, ଓବିସିସି ପରିଚାଳନା ନିଦେ୍ର୍ଦଶକ ସମୀର ହୋତା, ମୁଖ୍ୟଯନ୍ତ୍ରୀ ବିଲ୍ଡିଂ ପ୍ରିୟବ୍ରତ ସାମନ୍ତରାୟଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।