ବାବୁଙ୍କର ୮୪ ଏକର ଜମି
ନବରଙ୍ଗପୁର/ଭୁବନେଶ୍ୱର: ମୃତ୍ତିକା ସଂରକ୍ଷଣ ଯୁଗ୍ମ ନିଦେ୍ର୍ଦଶକ ଦୟାନିଧି ବାଗଙ୍କ ଜମି ଦେଖି ସମସ୍ତେ ଜଳକା ହୋଇଯାଇଛନ୍ତି । ପୁରୁଣାକାଳର ଜମିଦାରଙ୍କଠାରୁ ବି ତାଙ୍କର ସମ୍ପତ୍ତି ବେଶ୍ ଅଧିକ । ୮୪ ଏକର ଜମି ଓ ଫାର୍ମ ହାସଉର ସେ ହେଉଛନ୍ତି ମାଲିକ । ଖାଲି ସେତିକିନୁହେଁ ଏକାଧିକ ଫ୍ଲାଟ, ପ୍ଲଟର ମାଲିକ ଶ୍ରୀ ବାଗଙ୍କ ପାଖରେ ୫୮ ଲକ୍ଷର ବ୍ୟାଙ୍କ ଜମା ଓ ୩୧ ଭରି ସୁନା ବି ରହିଛି । ଜମି ଅର୍ଜନରେ ସେ ଇତିହାସ ରଚିଛନ୍ତି । ଆଜି ଭିଜିଲାନ୍ସର ୧୦ ଡିଏସପି, ୮ ଇନ୍ସପେକ୍ଟର ଓ ୧୦ ଏଏସଆଇ ୮ଟି ସ୍ଥାନରେ ଚଢ଼ାଉ କରି ବାଗଙ୍କ ସମ୍ପତ୍ତି ଠାବ କରିଛନ୍ତି । ଜୁନାଗଡ଼, ଭୁବନେଶ୍ୱର, ନବରଙ୍ଗପୁରରେ ଘନଘନ ଚଢ଼ାଉ ହୋଇଛି । ଚଢ଼ାଉ ବେଳେ ତାଙ୍କର ଗୋଠପାଟଣାରେ ଏକ ୧୪୫୦ ବର୍ଗଫୁଟର ୩-ବିଏଚକେ ଫ୍ଲାଟ, ନବରଙ୍ଗପୁରର ମଝିଗୁଡ଼ା ଛକରେ ନିର୍ମାଣ ଚାଲିଥିବା ୩ ହଜାର ବର୍ଗଫୁଟର ଘର, ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ଼ କଲୋନୀରେ ଏକ ଘର ଓ ନବରଙ୍ଗପୁର ଟାଉନରେ ଗୋଟିଏ ସପିଂ କମ୍ପ୍ଳେକ୍ସ ବି ରହିଥିବା ଜଣାପଡ଼ିଛି ।
ଖାଲି ସେତିକିନୁହେଁ ନବରଙ୍ଗପୁରର ବିଜ୍ରାଗୁଡ଼ାରେ ତାଙ୍କର ରହିଛି ୪୦ ଏକରର ଏକ ଫାର୍ମ ରହିଛି । ଯେଉଁଥିରେ ଡି୍ରପ ଇରିଗେସନ ସୁବିଧା ରହିଛି । କୃଷି ଉପକରଣ ବାବଦରେ ସେ ପ୍ରାୟ ୧ କୋଟି ଟଙ୍କା ନିବେଶ କରିଥିବା ଅନୁମାନ କରାଯାଉଛି । ସେହିପରି ନବରଙ୍ଗପୁରର ଫଟାକୋଟରେ ୬ ଏକରର ଫାର୍ମ ହାଉସ ଥିବାବେଳେ ସେଥିରେ ୪୬ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ ହୋଇଥିବା ଆକଳନ କରାଯାଇଛି । ଏହାଛଡ଼ା ନବରଙ୍ଗପୁରରେ ଆଉ ଏକ ୨୭ ଏକରର ଜାଗା ଓ ଭବାନୀପାଟଣା ସହରରେ ୧୧ ଏକରର ଜମି ବି ରହିଛି । ୩୧୨ ଗ୍ରାମ୍ ଓଜନର ସୁନାଗହଣା ସହ ୫୮ ଲକ୍ଷରୁ ଉଦ୍ଧ୍ୱର୍ ବ୍ୟାଙ୍କ ଜମା ବି ରହିଛି ।