ସୀମାନ୍ତ ଛାତ୍ରଛାତ୍ରୀ ଝାଡ଼ଖଣ୍ଡ ନେତାଙ୍କ ଦ୍ୱାରସ୍ଥ

 ସାରସକଣା:  ତିନିରାଜ୍ୟ ସୀମା ସଂଲଗ୍ନ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକର ସୀମାନ୍ତ ଫାର୍ମାସୁ୍ୟଟିକାଲ ଛାତ୍ରଛାତ୍ରୀ ଓଡିଶା ସରକାରଙ୍କ ପୋର୍ଟାଲରେ ଛାତ୍ରବୃତ୍ତି ଆବେଦନ କରିବାର ସୁଯୋଗ ନପାଇ ଝାରଖଣ୍ଡ ନେତାଙ୍କ ଦ୍ୱାରସ୍ଥ ହୋଇଥିବା ଚର୍ଚ୍ଚାର ବିଷୟ ପାଲଟିଛି । ଛାତ୍ରଛାତ୍ରୀଙ୍କ ସୂଚନା ମୁତାବକ ଟେକ୍ନିକାଲ ଅସୁବିଧା ପାଇଁ ଓଡିଶା ସରକାରଙ୍କ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ଛାତ୍ରବୃତ୍ତି ପାଇଁ ଆବେଦନ କରିବାକୁ ଥିବା ପୋର୍ଟାଲରେ ଝାରଖଣ୍ଡ ରାଜ୍ୟର କୌଣସି ଛାତ୍ରଛାତ୍ରୀ ଆବେଦନ କରି ପାରୁନାହାନ୍ତି । ଛାତ୍ର ବୃତ୍ତି ଉପରେ ଅନେକ ଛାତ୍ରଛାତ୍ରୀ ନିର୍ଭର କରୁଥିବା ହେତୁ ଏଭଳି ସମସ୍ୟା ପାଇଁ ସମସ୍ତେ ଚିନ୍ତାଗ୍ରସ୍ତ ହୋଇଛନ୍ତି । ଫଳରେ ବାଧ୍ୟ ହୋଇ ପୋଡ଼ସୀ ଝାରଖଣ୍ଡ ସ୍ଥିତ ପୂର୍ବତନ ବିଧାୟକ କୁନାଲ ଷଡ଼ଙ୍ଗୀଙ୍କ ପାଖରେ ଫେରାଦ ହୋଇଛନ୍ତି । ଘଟଣାକୁ ହୃଦବୋଧ କରିବାପରେ କୁନାଲ ଷଡ଼ଙ୍ଗୀ ଛାତ୍ରଛାତ୍ରୀଙ୍କୁ ଆଶ୍ୱାସନା ଦେବାସହ ବିଭାଗୀୟ ମନ୍ତ୍ରୀ ଚମରା ଲିଣ୍ଡାଙ୍କ ସହ ଯୋଗାଯୋଗ କରି ଆଲୋଚନା କରିଥିଲେ । ମନ୍ତ୍ରୀ ମଧ୍ୟ ଖୁବ ଶୀଘ୍ର ଏହି ଘଟଣା ଉପରେ ବିଭାଗକୁ ନିଦେ୍ର୍ଧଶ ଦେବାସହ ତୁରନ୍ତ ସମାଧାନ କରିବା ପାଇଁ କହିଥିଲେ । ତେବେ ସୀମାନ୍ତ ଫାର୍ମାସୁ୍ୟଟିକାଲ ଛାତ୍ରଛାତ୍ରୀଙ୍କ ସମସ୍ୟା ବାବଦରେ କଲେଜ କତ୍ତୃପକ୍ଷ୍ୟ ସମାଧାନର ବାଟ ନଫିଟିବା ଏବଂ ଛାତ୍ରଛାତ୍ରୀ ନିଜ ରାଜ୍ୟର ନେତାଙ୍କ ସହଯୋଗ ଲୋଡ଼ିବା ନିଶ୍ଚିତ ଦୁଖଃଦ ବିଷୟ । ଅନ୍ୟପଟେ ଛାତ୍ରଛାତ୍ରୀଙ୍କ କହିବା ମୁତାବକ କେବଳ ସୀମାନ୍ତ ଫାର୍ମାସୁ୍ୟଟିକାଲ ଛାତ୍ରଛାତ୍ରୀଙ୍କ ଏହା ସମସ୍ୟା ନୁହେଁ, ବରଂ ସୀମାନ୍ତ ଇଞ୍ଜିନିୟରିଙ୍ଗ ଛାତ୍ରଛାତ୍ରୀ ମଧ୍ୟ ଏହି ସମାନ ସମସ୍ୟାରେ ପଡିଛନ୍ତି । ତେବେ ଓଡିଶା ସରକାର ଉକ୍ତ ଘଟଣା ପ୍ରତି ଦୃଷ୍ଟି ଦେଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତିରେ ସାମିଲ କଲେ ସେମାନଙ୍କ ପାଠ ପଢାରେ କୌଣସି ଅସୁବିଧା ଆସିବ ନାହିଁ ବୋଲି ଛାତଛାତ୍ରୀ ମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି  ।