୭ ହଜାର କୋଟିର କାଜିରଙ୍ଗା କରିଡର ଶିଳାନ୍ୟାସ କଲେ ମୋଦି

୭ ହଜାର କୋଟିର କାଜିରଙ୍ଗା କରିଡର ଶିଳାନ୍ୟାସ କଲେ ମୋଦି

ଗୌହାଟୀ : ୬,୯୫୭ କୋଟି ଟଙ୍କାର କାଜିରଙ୍ଗା ଏଲିଭେଟେଡ୍‌ କରିଡରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଆସାମର ନାଗାଓଁ ଜିଲ୍ଲାରେ ଦୁଇଟି ଅମୃତ ଭାରତ ଟ୍ରେନକୁ ଭର୍ଚୁଆଲ୍‌ ଭାବରେ ଶୁଭାରମ୍ଭ କରିଛନ୍ତି । ଦୁଇ ଦିନିଆ ଆସାମ ଗସ୍ତର ଶେଷ ପର୍ଯ୍ୟାୟରେ ଗୌହାଟୀରୁ ଏଠାରେ ପହଞ୍ଚିଥିବା ମୋଦି କାଜିରଙ୍ଗା ପ୍ରକଳ୍ପର ‘ଭୂମି ପୂଜନ' କରିଛନ୍ତି । ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ କାଜିରଙ୍ଗା ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣରେ ସୁରକ୍ଷିତ ବନ୍ୟପ୍ରାଣୀ ପରିବହନ ସୁନିଶ୍ଚିତ କରିବା, ଜାତୀୟ ରାଜପଥ-୭୧୫ ରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଓ ପରିବେଶ ପର୍ଯ୍ୟଟନକୁ ବୃଦ୍ଧି କରିବା ଏହି କରିଡରର ଲକ୍ଷ୍ୟ ବୋଲି ଜଣେ ଅଧିକାରୀ କହିଛନ୍ତି ।

  ଏହା ଏନଏଚ-୭୧୫ ର କାଳିଆବୋର-ନୁମାଲିଗଡ଼ ସେକ୍ସନର ଚାରି-ଲେନ୍‌ ନିର୍ମାଣର ଏକ ଅଂଶ ଓ ଜାଖଲାବନ୍ଧା ଏବଂ ବୋକାଖତରେ ବାଇପାସ୍‌ ସହିତ ଏଥିରେ ପ୍ରାୟ ୩୪.୪୫ କିଲୋମିଟର ଉଚ୍ଚ ବନ୍ୟପ୍ରାଣୀ-ଅନୁକୂଳ କରିଡର ଅନ୍ତର୍ଭୁକ୍ତ ବୋଲି  ସେ କହିଛନ୍ତି । ମୋଦି କାଜିରଙ୍ଗା ଏଲିଭେଟେଡ୍‌ କରିଡରର ଏକ ମଡେଲ ମଧ୍ୟ ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଦିବ୍ରୁଗଡ଼-ଗୋମତୀ ନଗର (ଲକ୍ଷେ୍ନø) ଓ କାମାକ୍ଷା-ରୋହତକକୁ ଭର୍ଚୁଆଲ୍‌ ଭାବରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଟ୍ରେନଗୁଡ଼ିକ ଆସାମ ଓ ପଶ୍ଚିମବଙ୍ଗ, ବିହାର, ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଅନେକ ରାଜ୍ୟ ମଧ୍ୟରେ ଦୂରଗାମୀ ରେଳ ସଂଯୋଗକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ । ଯାତ୍ରା ସମୟ ହ୍ରାସ କରିବ ଓ ଆଧୁନିକ ଯାତ୍ରୀ ସୁବିଧା ପ୍ରଦାନ କରିବ ।