୮ଜଣଙ୍କ ଘରୁ ଜବତ ହେଲାଣି କୋଟି କୋଟି

 ଭୁବନେଶ୍ୱର:  ଆଜି ମାଲକାନଗିରି ଜଳବିଭାଜିକା ପିଡି ସାନ୍ତନୁ ମହାପାତ୍ରଙ୍କ ଘରୁ ୧.୯୮ କୋଟି ଟଙ୍କା ଜବତ ହୋଇଛି  । ତାଙ୍କୁ ମିଶାଇ ଗତ ତିନିବର୍ଷ ମଧ୍ୟରେ ଭିଜିଲାନ୍ସ ୮ କୁବେର ଦୁର୍ନୀତିଖୋରଙ୍କ ଘରୁ କୋଟି କୋଟି ଟଙ୍କାର ନଗଦ ଅର୍ଥରାଶି ଜବତ କରିଛି  । ଏହି କ୍ରମରେ ୨୦୨୩, ଜୁନ୍ ୨୨ରେ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଘରୁ ୩ କୋଟି, ୨୦୨୩, ମାର୍ଚ୍ଚ ୩ରେ ଭୁବନେଶ୍ୱର ଖଣି ନିଦେ୍ର୍ଦଶାଳୟର ଅତିରିକ୍ତ ନିଦେ୍ର୍ଦଶକ ଉମେଶ ଚନ୍ଦ୍ର ଜେନାଙ୍କ ଠାରୁ ୧.୬୪ କୋଟି, ୨୦୨୨, ଏପ୍ରିଲ ୭ରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରର କ୍ଷୁଦ୍ର ଜଳସେଚନର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଠାରୁ ୩.୪୧କୋଟି, ୨୦୨୨, ମାର୍ଚ୍ଚ ୨୫ରେ ମାଲକାନଗିରି ଗ୍ରାମ୍ୟ ଉନ୍ନୟନ ବିଭାଗର ଆରକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଠାରୁ ୧.୪୦ କୋଟି, ୨୦୨୨ ଫେବ୍ରୁଆରୀ ୧୬ରେ ଚାରିଛକ ସିଏଚ୍ସିର ସ୍ତ୍ରୀରୋଗ ବିଶେଷଜ୍ଞ ସୁକାନ୍ତ ଜେନାଙ୍କ ଠାରୁ ୧ କୋଟିରୁ ଉଦ୍ଧ୍ୱର୍, ୨୦୨୨ ଡିସେମ୍ବର ୨୦ରେ ଇଡକଲ୍ର ସହ ପ୍ରବନ୍ଧକ ଗୟା ସାମନ୍ତରାୟଙ୍କ ଠାରୁ ୧ କୋଟି ଏବଂ୨୦୧୬ ଫେବ୍ରୁଆରୀ ୨୪ରେ ଆଠଗଡ଼ ଡିଏଫ୍ଓ ସୁଧାଂଶୁ ଶେଖର ମିଶ୍ରଙ୍କ ଠାରୁ ୧ କୋଟି ଟଙ୍କା ଜବତ କରିଛି ।