୮୦ବର୍ଷର ବୃଦ୍ଧାଙ୍କୁ ନ୍ୟାୟ ଦେବାରେ ବିଫଳ ପୁଲିସ

ଚାନ୍ଦବାଲି : ରାଜ୍ୟ ସରକାର ବରିଷ୍ଠ ନାଗରିକ ମାନଙ୍କୁ ସମସ୍ତ ସରକାରୀ ସୁଭିଧା ଓ ସୁରକ୍ଷା ଯୋଗାଇ ଦେଉଥିବା ବେଳେ କିଛି ପୋଲିସ କର୍ମଚାରୀ ଏହାକୁ ପାଳନ କରୁନଥିବା ଅଭିଯୋଗ ହୋଇଛି । ଜଣେ ବରିଷ୍ଠ ନାଗରିକ ବୃଦ୍ଧାଙ୍କ ଅଭିଯୋଗକୁ ୨ ମାସରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସର ନ୍ୟାୟ ଦେବାରେ ବିଫଳ । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱର ଫାଣ୍ଡି ଅଧିନ ହଳଦିଆ ଗ୍ରାମରେ ପୂର୍ୱ ସୂଚନା ମୁତାବକ ୮୦ ବର୍ଷୀୟ ବିଧବା ମା ମାଳତୀ ଦାସ ଙ୍କୁ   ପୁଅ ମାନେ ଘରୁ ବାହାର କରିଦେବ ସହିତ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇଆସୁଥିଲା ଏ ନେଇ ମାଳତୀ ଦାସ ଘଣ୍ଟେଶ୍ୱର ଫାଣ୍ଡିର ୨ପୁଅଙ୍କ ଭାସ୍କର ଦାସ, ରନôାକରଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଦୀର୍ଘ ୨ମାସ ବିତି ଯାଇଥିଲେ ମଧ୍ୟ ଘଣ୍ଟେଶ୍ୱର ପୁଲିସ ବରିଷ୍ଠ ମହିଳାଙ୍କୁ ନ୍ୟାୟ ଦେବା ବଦଳରେ  ନିଜଘର ଛାଡି ବାହାରେ ରହିବାକୁ ପରାମର୍ଶ ଦେଇଥିବା ଘଟଣା ସ୍ଥାନୀୟରେ ଚର୍ଚ୍ଚାର କାରଣ ହୋଇଛି । ସମାଜର ସୁରକ୍ଷାଦାତା ବୋଲି ପରିଚିତ ପୁଲିସ ପକ୍ଷରୁ ଏପରି ଅଦାୟିତ୍ୱପୂର୍ଣ୍ଣ ଆଚରଣ ଦେଖି ସାଧାରଣ ଲୋକମାନେ ପ୍ରଶ୍ନ ଉଠାଇଛନ୍ତି । ବରିଷ୍ଠ ନାଗରିକଙ୍କୁ ଆଇନ ଅନୁଯାୟୀ ସୁରକ୍ଷା ଦେବା ହେଉଛି ପୋଲିସର କର୍ତ୍ତବ୍ୟ । ଉକ୍ତ ଘଟଣା ର ତଦନ୍ତ କରି ନ୍ୟାୟ ପ୍ରଦାନ କରିବା ପାଇଁ ବରିଷ୍ଠ ମହିଳା ମାଳତୀ ଦାସ ଅଭିଯୋଗ କରିଛନ୍ତି ।ଘଟଣାରେ ପୀଡ଼ିତାଙ୍କୁ ଆବଶ୍ୟକ ସୁରକ୍ଷା, ଆଶ୍ରୟ ଓ ବୈଧ ସହାୟତା ପ୍ରଦାନ କରିବାରୁ ଅବହେଳା କରାଯିବା, ମହିଳା ସୁରକ୍ଷା ପ୍ରତି ସରକାରୀ ବ୍ୟବସ୍ଥା ପ୍ରତି ପ୍ରଶ୍ନଚିହ୍ନ ସୃଷ୍ଟି କରିଛି । ଏପରି ଘଟଣାରେ ବୃଦ୍ଧାଙ୍କୁ ସୁରକ୍ଷାଦେବାରେ ପୋଲିସ ବିଫଳ ହେବା, ସମାଜରେ ଅନ୍ୟାୟକୁ ପ୍ରୋତ୍ସାହନ ଦେବା ସମାନ ବୋଲି ବିଶେଷଜ୍ଞମାନେ କହିଛନ୍ତି ।