ରେଲୱେ କଣ୍ଟ୍ରାକ୍ଟ ଶ୍ରମିକ ସଂଗଠନର ବୈ÷ଠକ
ପୁରୀ: ଭାରତୀୟ ରେଲୱେ ଠିକା କର୍ମଚାରୀ ସଂଘର କେନ୍ଦ୍ରୀୟ କମିଟି ବୈଠକ ସ୍ଥାନୀୟ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଛି । ବୈଠକରେ ସିଆଇଟିୟୁର ସର୍ବଭାରତୀୟ ସଭାପତି ଡ. ହେମଲତା ସଭାପତିତ୍ୱ କରିଥିଲେ । ୧୩ଟି ରାଜ୍ୟର ରେଲୱେ ଶ୍ରମିକ ସଂଘର କର୍ମକର୍ତ୍ତାମାନେ ଏଥିରେ ଯୋଗଦାନ କରିଥିଲେ । ଠିକା ଶ୍ରମିକଙ୍କୁ ରେଳବିଭାଗରେ ସ୍ଥାୟୀ ନିଯୁକ୍ତ, ରେଳ ବିଭାଗରେ ଠିକାଦାରୀ ବ୍ୟବସ୍ଥା ଉଚ୍ଛେଦ କରିବା, ଠିକା କର୍ମଚାରୀଙ୍କୁ ସର୍ବନିମ୍ନ ମଜୁରୀ ଦେବା, ରେଳ ବିଭାଗରେ ଘରୋଇକରଣ ବନ୍ଦ କରିବା, ସମାନ କାମକୁ ସମାନ ଦରମା ପ୍ରଦାନ, ନୂତନ ଶ୍ରମ ଆଇନ ବାତିଲ କରାଯିବା, ବେଆଇନ ଛଟେଇ ବନ୍ଦ କରାଯିବା ଇତ୍ୟାଦି ଦାବି ନେଇ ନିଷ୍ପତ୍ତି ନିଆଯାଇଛି । ୬ ଲକ୍ଷ ୫୦ହଜାରରୁ ଊଦ୍ଧ୍ୱର୍ ଠିକା ଶ୍ରମିକଙ୍କୁ ଶୋଷଣ କରାଯାଉଛି । ଆସନ୍ତା ସେପ୍ଟେମ୍ବର ମାସ ୧୬ ତାରିଖରେ ଦିଲ୍ଲୀରେ ଏକ ଶ୍ରମିକ କନ୍ଭେନ୍ସନ୍ କରାଯିବ ।
ବୈଠକରେ ରେଲୱେ ଠିକା କର୍ମଚାରୀ ସଂଘ ସର୍ବଭାରତୀୟ ଆବାହକ କମ୍ରେଡ ରମେଶ ବାବୁ, ସିଟୁର ସର୍ବଭାରତୀୟ ଉପସଭାପତି ବିଷ୍ଣୁ ମହାନ୍ତି, ସର୍ବଭାରତୀୟ କୋଷାଧ୍ୟକ୍ଷ କମ୍ରେଡ଼ ସାଇ ବାବୁ ପ୍ରମୁଖ ବକ୍ତବ୍ୟ ରଖି ଭାରତର ଅର୍ଥନୈତିକ ସଙ୍କଟ ଉପରେ ଆଲୋଚନା କରିଥିଲେ । କେନ୍ଦ୍ର ସରକାର ଶ୍ରମିକମାନଙ୍କ ସମସ୍ୟା ସମାଧାନ କରିବା ବଦଳରେ ଏସଆଇଆର୍ ନାଁରେ ଭାରତ ବର୍ଷରେ ଶ୍ରମିକ ଆନେ୍ଦାଳନକୁ ବିଭାଜନ କରିବା ସହ ଦେଶରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଇଷ୍ଟ କୋଷ୍ଟ କଣ୍ଟ୍ରାକ୍ଟ ଶ୍ରମିକ ୟୁନିୟନ୍ର ପୁରୀ ଜିଲ୍ଲା ସଭାପତି ଆଡଭୋକେଟ ଶ୍ରୀକାନ୍ତ ପରିଜା, ସମ୍ପାଦକ ଦେବାଶିଷ ସାମଲ, ପୁରୀ ରେଲୱେ ଠିକା କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ଠିକା କର୍ମଚାରୀ ବିଜୟ କୁମାର ଭୋଇ, ପବିତ୍ର ମୋହନ ପ୍ରଧାନ, କାହ୍ନୁଚରଣ ମଲ୍ଲିକ, ଈଶ୍ୱର ସାହୁ, ନୃସିଂହ ବେହେରା, ସୁଶାନ୍ତ ବିଶ୍ୱାଳ ଓ ଜୟରାମ ଜେନା ପ୍ରମୁଖ ନେତୃତ୍ୱ ନେଇଥିଲେ ।