କଟକରେ ମହାଲଢ଼େଇ: ଭର୍ତ୍ତୃହରି ବନାମ ସଂତୃପ୍ତ

କଟକରୁ ଦୀପକ ମଙ୍ଗରାଜ : ଏଥର ସାଧାରଣ ନିର୍ବାଚନରେ କଟକରେ ହେବାକୁ ଯାଉଛି କଡା ଟକ୍କର । କଟକରୁ ୬ ଥର ସାଂସଦଙ୍କୁ ଟକ୍କର ଦେବେ କର୍ପୋରେଟ୍ ଜଗତର ବଡ ଚେହେରା ସଂତୃପ୍ତ ମିଶ୍ର । ସବୁ ସସପେନ୍ସର ଛାତି ଚିରି କଟକ ଲୋକସଭା ପାଇଁ ସାଂସଦ ପ୍ରାର୍ଥୀ ଘୋଷଣା ସରିଛି । ବିଜେପିରୁ ଭର୍ତ୍ତୃହରି ମହତାବଙ୍କ ସହ ମଇଦାନରେ ଟକ୍କର ଦେବେ କର୍ପୋରେଟ୍ ରଣନୀତିକାର ସଂତୃପ୍ତ ମିଶ୍ର । ଅନୁଭବି ନେତା ବନାମ ବିଜେଡି ନେତାଙ୍କ ମଧ୍ୟରୁ କାହାକୁ ବାଛିବେ ଜନତା, ତାକୁ ନେଇ ·ଲିଛି ନାନା କଳ୍ପନାଜଳ୍ପନା । ଭର୍ତ୍ତୃହରି ମହତାବ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବା ପରେ ତାଙ୍କୁ କଟକ ଲୋକସଭା ପାଇଁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି । ବିଜେପି ଟିକେଟ ଘୋଷଣା କରିବା ପରେ ଓଡ଼ିଶା ଫେରି ଆସିଛନ୍ତି ଭର୍ତୃହରି । ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ବିଜେପି ନେତା ଓ କର୍ମୀ । ବିଶାଳ ରାଲି କରି ଦଳୀୟ କାର୍ଯ୍ୟାଳୟକୁ ପାଛୋଟି ଆଣିଥିଲେ । ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଭର୍ତ୍ତୃହରି କହିଥିଲେ ଯେ, ବିଜେପି ତାଙ୍କ ପାଇଁ ନୂଆ ନୁହେଁ । ପୂର୍ବରୁ ୩ ଥର ମେଣ୍ଟର ପ୍ରାର୍ଥୀ ଭାବେ ବିଜୟୀ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହ ସେ କହିଛନ୍ତି, ବିଜେପିରେ କାମ କରିବା ପାଇଁ ବ୍ୟାପକ ସୁଯୋଗ ମିଳିବ । ଏଥର ଓଡ଼ିଶାରେ ପରିବର୍ତ୍ତନର ଆଭାସ ମିଳୁଛି ସେ କହିଥିଲେ । ଅନ୍ୟପକ୍ଷରେ କଟକରେ ପ୍ର·ର ଆରମ୍ଭ କରି ଦେଇଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର । ଯୁବ ଭୋଟରଙ୍କ ସମର୍ଥନ ଲୋଡ଼ିଛନ୍ତି ସଂତୃପ୍ତ । ବିଜୁ ଯୁବ ଛାତ୍ର ଜନତା ଦଳର କର୍ମୀଙ୍କୁ ତୁଳସୀପୁରରେ ଆୟୋଜିତ କର୍ମୀ ସମ୍ମିଳନୀରେ ଆଗାମୀ ର୍ନିବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ଆଗାମୀ ନିର୍ବାଚନ ପାଇଁ ଯୁବ ଭୋଟରଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସଂତୃପ୍ତ । ତେବେ ସେ ଯାହା ହେଉନା କାହିଁଙ୍କି ଏଥର କଟକ ଲୋଭସଭା ଆସନରେ ବଡ଼ ଲଢେଇ ହେବାକୁ ଯାଉଛି । ଗୋଟିଏ ପଟେ ୬ ଥର ସାଂସଦ ହୋଇଥିବା ଭର୍ତୃହରି ମହତାବଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ କର୍ପୋରେଟ୍ ଲିଡର ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଗୋଟିଏ ପଟେ ଅଭିଜ୍ଞ ରାଜନେତା ଓ ଅନ୍ୟପଟେ ଜଣେ ସଫଳ କର୍ପୋରେଟ୍ ରଣନୀତିକାର । ତେଣୁ କଟକ ନିର୍ବାଚନମଣ୍ଡଳୀର ଭୋଟର କାହା ସପକ୍ଷରେ ମତ ଦେଉଛନ୍ତି, ତା ଉପରେ ରହିବ ସମସ୍ତଙ୍କ ନଜର ।