ଆପ୍ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦାବିପତ୍ର
ପୁରୀ: ଗରିବ ଲୋକଙ୍କୁ ସହାୟତା ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ତା ଜରିଆରେ ବ୍ୟବସ୍ଥା କରୁଥିବା ବେଳେ, ତଳିଆ କର୍ମଚାରୀ କିମ୍ବା ବିଭାଗୀୟ ଅଧିକାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ଯୋଜନା ଠିକ୍ ରୂପେ କାର୍ଯ୍ୟକାରୀ ହେଉନାହିଁ । ନିରାମୟ ଯୋଜନାରେ ସରକାର ୧୧୦ପ୍ରକାରର ଔଷଧ ମାଗଣା ଦିଆଯିବା ପାଇଁ ଚିକିତ୍ସାଳୟରେ ବ୍ୟବସ୍ଥା କରିଥିବା ବେଳେ, ଅନେକ ଚିକିତ୍ସାଳୟରେ ୩୫ପ୍ରକାରର ଔଷଧ ଉପଲବ୍ଧ ହେଉଛି ବୋଲି ଅଭିଯୋଗ ହୋଇଛି । ଚିକିତ୍ସାଳୟରେ ଡ଼ାକ୍ତରମାନେ ରୋଗୀମାନଙ୍କ ପାଇଁ ଲେଖୁଥିବା ପ୍ରେସିକୁ୍ୟପସନ୍ ମଧ୍ୟ ଅନେକ କ୍ଷେତ୍ରରେ ପଢିହେଉନାହିଁ । ସରକାରୀ ହେଉ ବା ବେସରକାରୀ ହେଉ ଦୋକାନୀମାନେ ମଧ୍ୟ ଡ଼ାକ୍ତରଙ୍କ ପ୍ରେସିକୁ୍ୟପସନ୍ ପଢିପାରୁନାହାନ୍ତି । ରୋଗୀ ନିରାମୟକୁ ଯାଇ ଔଷଧ ଆଣୁଥିବା ବେଳେ ଅଧିକାଂଶ ଔଷଧ ନଥିବା ପରିଲକ୍ଷିତ ହେଉଛି । ଯେଉଁ ଔଷଧ ଦିଆଯାଉଛି କର୍ମଚାରୀମାନେ ରୋଗୀଙ୍କୁ କେଉଁ ଔଷଧ କିଭଳି ଖାଇବ ତାହା ବୁଝାଉନାହାଁନ୍ତି । ଏପରିକି ରୋଗୀଙ୍କ ପାଇଁ ଉତ୍ତମ ବ୍ୟବହାର ମଧ୍ୟ ପ୍ରଦର୍ଶନ କରୁନାହାନ୍ତି । ସମ୍ପୃକ୍ତ ଘଟଣାକୁ ନେଇ ପୁରୀ ସଦର ମୁଖ୍ୟ ଚିକିସôାଳୟରେ ବିଭିନ୍ନ ସମୟରେ ଅଭାବନୀୟ ଘଟଣା ଘଟୁଛି । ଗତ କାଲି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ଜଣେନେତ୍ରୀ କିରଣ ଦାସ ଜଣେ ରୋଗୀଙ୍କୁ ନେଇ ଡ଼ାକ୍ତରଙ୍କ ପାଖରେ ପ୍ରେସକ୍ରିପସନ୍ ଲେଖିଥିବା ବେଳେ ତାହା ବୁଝାପଡ଼ିନଥିଲା । ନିରାମୟରେ ଉପସ୍ଥିତ ଥିବା କର୍ମଚାରୀ ରୋଗୀକୁ ଉତ୍ତମ ବ୍ୟବହାର କରିନଥିଲେ । ଏହାକୁ ନେଇ ଚିକିସôାଳୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଆଜି ଆମ୍ଆଦମୀ ପାର୍ଟି ପକ୍ଷରୁ ଜିଲ୍ଳା ମୁଖ୍ୟ ଚିକିସôାଧିକାରୀଙ୍କୁ ଏକ ୫ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହି ଦାବିଗୁଡ଼ିକ ପୂରଣ ନହେଲେ ଆମ୍ଆଦମୀ ପାର୍ଟି ରାଜରାସ୍ତାକୁ ଓହ୍ଲାଇବ ବୋଲି ଆମ୍ଆଦମୀ ପାର୍ଟିର ଜିଲ୍ଳା ସଭାପତି ସଞ୍ଜିବ ମହାନ୍ତି ଓ ନେତ୍ରୀ ଜୟନ୍ତୀ ଜେନା ଚେତାବନୀ ଦେଇଛନ୍ତି । ଦାବିପତ୍ରରେ ଉଲ୍ଲେଖ କରାଯାଇଛି ନିରାମୟରେ ସମସ୍ତ ଔଷଧ ଉପଲବ୍ଧ ହେଉ, କର୍ମଚାରୀମାନେ ରୋଗୀକୁ ଔଷଧ ବ୍ୟବହାର ସମ୍ପର୍କରେ ଅବଗତ କରାନ୍ତୁ, ଚିକିତ୍ସାଳୟର କର୍ମଚାରୀମାନେ ରୋଗୀଙ୍କ ପ୍ରତି ଉତ୍ତମ ବ୍ୟବହାର ପ୍ରଦର୍ଶନ କରନ୍ତୁ, ଗତକାଲିର ଘଟଣା ପାଇଁ ସଂପୃକ୍ତ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଉ, କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଆଗାମୀ ରଥଯାତ୍ରା ପ୍ରସ୍ତୁତି ବୈଠକ ପୂର୍ବରୁ ପ୍ରଶିକ୍ଷଣ ଶିବିର ଜରିଆରେ ନିରାମୟର କାର୍ଯ୍ୟଧାରା ଠିକ୍ କରାଯାଉ ।