ପ୍ରତୀକ ସିଂଙ୍କ ଜଗନ୍ନାଥ ଦର୍ଶନ
ପୁରୀ : ପୁରୀର ନୂତନ ଆରକ୍ଷୀ ଅଧୀକ୍ଷକ ରୂପେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ପ୍ରତୀକ ସିଂ । କଟକଯ ଏସ୍.ପି ରୂପେ କାର୍ଯ୍ୟ କରିଥିବା ପ୍ରତୀକ ସିଣ୍ଟୁ ପୁରୀର ଏସ୍.ପି ରୂପେ ଅବସ୍ଥାପିତ କରାଯାଇଛି । ଶ୍ରୀ ସିଂ ପୁରୀରେ ପହଞ୍ଚô ସିଂହଦ୍ୱାର ସମ୍ମୁଖରୁ ଶ୍ରୀଜୀଉମାନଙ୍କୁ ଷାଷ୍ଟାଙ୍ଗ ପ୍ରଣିପାତ କରିବା ସହ ଶ୍ରୀମନ୍ଦିରକୁ ଯାଇ ଦର୍ଶନ କରିଥିଲେ । ଏହି ଅବସରରେ ଶ୍ରୀ ସିଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ ଯେ, ଶ୍ରୀମନ୍ଦିରର ସୁରକ୍ଷା ଏବଂ ପୁରୀ ଜିଲ୍ଳାର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା ପ୍ରତି ସେ ଗୁରୁତ୍ୱାରୋପ କରିବେ । ପୁରୀ ଏକ ପର୍ଯ୍ୟଯନ ସ୍ଥଳୀ ହୋଇଥିବାରୁ ଦେଶ ବିଦେଶରୁ ପର୍ଯ୍ୟଟକମାନେ ଏଠାକୁ ଆସୁଥିବାରୁ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବ । ସହରବାସୀଙ୍କୁ ସୁରକ୍ଷା ଯୋଗାଇ ଦେବା ଆମ ପାଇଁ ଚ୍ୟାଲେଞ୍ଜ ବୋଲି ଉଲ୍ଲେଖ କରିବା ସହ ସମସ୍ତେ ମିଳିମିଶି ଶ୍ରୀମନ୍ଦିରର ରୀତିନୀତି ଓ ପରିଚାଳନାରେ ସହଯୋଗ କରିବା ସହ ସମସ୍ତଙ୍କୁ ସୁରକ୍ଷା ସେବା ଯୋଗାଇ ଦିଆଯିବ । ଦର୍ଶନ ପରେ ଶ୍ରୀ ସିଂଙ୍କୁ ଫୁଲତୋଡ଼ା ଦିଆଯାଇ ପୁଲିସ ବିଭାଗ ପକ୍ଷରୁ ସ୍ୱାଗତ କରାଯାଇଥିଲା ।