ବିଧାୟକଙ୍କ ରାସ୍ତା ନିର୍ମାଣ କାର୍ଯ୍ୟର ସମୀକ୍ଷା
ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ପାଟପୁର-ଜଗନ୍ନାଥପୁର ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିର୍ମାଣାଧିନ ଜଗନ୍ନାଥପୁର ସାମଲସାହି ରାସ୍ତାକୁ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ତଦାରଖ କରିଛନ୍ତି । ଜନସାଧାରଣଙ୍କ ସହିତ ଶ୍ରୀଯୁକ୍ତ ପ୍ରଧାନ ରାସ୍ତାର ଅଗ୍ରଗତି ସଂପର୍କରେ ଆଲୋଚନା କରିବା ସହ ଉକ୍ତ ରାସ୍ତା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ତଦାରଖ ସମୟରେ ଗ୍ରାମ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଚିନ୍ମୟୀ ପଲେଇ, କନିଷ୍ଠ ଯନ୍ତ୍ରୀ ଉର୍ମୀ ପ୍ରିୟଦର୍ଶିନୀ ଦାସ, ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ ନୃସିଂହ ଚରଣ ମିଶ୍ର, ପ୍ରାକ୍ତନ ସରପଂଚ ରମେଶ ଚନ୍ଦ୍ର ସ୍ୱାଇଁ, ରବିନ୍ଦ୍ରନାଥ ତ୍ରିପାଠୀ, କୈଳାସ ଚନ୍ଦ୍ର ବେହେରା, ପ୍ରଫୁଳ୍ଲ କୁମାର ରାଉତ ଅନନ୍ତ କିଶୋର ମଲ୍ଲ, ଅକ୍ଷୟ କୁମାର ଓଝାଙ୍କ ପ୍ରମୁଖ ବହୁ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।