ମଦକୁ ନେଇ ଆସିଲା ବଡ଼ ଖବର

ଭୁବନେଶ୍ୱର: ମଦ ପାଇଁ କେତେ ଅଘଟଣ ଘଟୁଛି । କେଉଁଠି ମଦ ପାଇଁ ଦୁର୍ଘଟଣା ଘଟୁଛି ତ କେଉଁଠି ମଦ ପାଇଁ ପରିବାରରେ ଅଶାନ୍ତି ଘଟୁଛି । ମଦରୁ ଅଧିକ ରାଜସ୍ୱ ଆସୁଥିବା କୁହାଯାଉଥିବାବେଳେ ବିଭିନ୍ନ ସଂଗଠନ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଦୀର୍ଘ ବର୍ଷ ହେଲା ଦାବି କରିଆସୁଛନ୍ତି । ତେବେ ବିଜେଡି ସରକାର ଉପରେ ଏଭଳି ଦାବିର କୌଣସି ପ୍ରଭାବ ପଡ଼ିନଥିଲା । ତେବେ ଏବେ ରାଜ୍ୟରେ ବିଜେପି ସରକାର । ଆଉ ଏହାରି ଭିତରେ ଓଡ଼ିଶାରେ ମଦ ବିକ୍ରି ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଓଡ଼ିଶାକୁ ମଦ ମୁକ୍ତ ଓ ନିଶାମୁକ୍ତ କରିବାକୁ ଯୋଜନା କରାଯାଉଛି । ଏକଥା ଆମେ କହୁନାହୁଁ ।ଓଡ଼ିଶା ସ୍ପଷ୍ଟ ନୁ୍ୟଜ ଖୋଦ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସରକାରୀସ୍ତରରେ ଅନେକ ରାଜ୍ୟରେ ମଦବିକ୍ରି ବନ୍ଦ କରାଯାଇଛି । ଓଡ଼ିଶା ସରକାର ମଧ୍ୟ ମଦ ବନ୍ଦ କରିବାକୁ ଚେଷ୍ଟା କରିବେ ।  ଓଡ଼ିଶାକୁ ମଦ ମୁକ୍ତ ଓ ନିଶାମୁକ୍ତ କରିବାକୁ ଯୋଜନା କରାଯାଉଛି । ଏନେଇ ଅବକାରୀ ସହ ବିଭିନ୍ନ ବିଭାଗ ମଧ୍ୟରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।