ଶପଥ ପୂର୍ବରୁ ମହାତ୍ମା ଗାନ୍ଧୀ ଓ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି

ଶପଥ ପୂର୍ବରୁ ମହାତ୍ମା ଗାନ୍ଧୀ ଓ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ମୋଦିଙ୍କ ତୃତୀୟ ଇଂନିସ୍‌। ମେଁ ନରେନ୍ଦ୍ର ଦାମୋନର ଦାସ ମୋଦି...କିଛି ଏହି ଅନ୍ଦାଜରେ ମନୋନୀତ ପିଏମ୍‌ ନରେନ୍ଦ୍ର ମୋଦି ଆଜି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦର ଶପଥ ଗ୍ରହଣ କରିବେ। ତେବେ ଏହା ପୂର୍ବରୁ ଆଜି ମୋଦି ରାଜଘାଟ ଯାଇଛନ୍ତି। ସେ ସେଠାକୁ ଯାଇ ଜାତିର ପିତା ମହାତ୍ମାଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

କେବଳ ସେତିକି ନୁହେଁ ଏଠାରୁ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମାଧି ସ୍ଥଳ 'ସଦୈବ ଅଟଳ' ଏବଂ ଓ୍ୱାର୍‌ ମେମୋରିଆଲରେ ପହଞ୍ଚିଥିଲେ। ଏଠାରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ସହିଦ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ସମୟରେ ତାଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ। ଏଠାରୁ ସେ ଯାଇ ତାଙ୍କ କ୍ୟବିନେଟ୍‌ରେ ଯେଉଁମାନଙ୍କୁ ସ୍ଥାନ ମିଳିବ ତାଙ୍କ ସହ ଚାଏ ପେ ଚର୍ଚ୍ଚା କରିବେ ବୋଲି ସୂଚନା ମିଳିଛି। ଆଜି ସନ୍ଧ୍ୟା ୭ଟା ୧୫ ମିନିଟ୍‌ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ।