ବିଧାନସଭା ଗ୍ରନ୍ଥାଗାର ସବ୍କମିଟି ବୈଠକ
ଭୁବନେଶ୍ୱର : ବିଧାନସଭା ଗ୍ରନ୍ଥାଗାର ଗବେଷଣା ସବ୍କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସବ୍କମିଟିର ଅଧ୍ୟକ୍ଷ ବିଧାୟକ ସରୋଜ କୁମାର ପାଢ଼ୀଙ୍କ ସମେତ ସବ୍କମିଟିର ସଦସ୍ୟ ବିଧାୟକ ଦୁର୍ଗାଚରଣ ତନ୍ତୀ, ପ୍ରକାଶ କୁମାର ସୋରେନ, ରଘୁନାଥ ଜଗଦ୍ଦଳ, ଡ. ଦୁର୍ଗାପ୍ରସନ୍ନ ନାଏକ, ପୂର୍ଣ୍ଣଚନ୍ଦ୍ର ସେଠୀ, ବଦ୍ରିନାରାୟଣ ପାତ୍ର, ନବକିଶୋର ମଲ୍ଲିକ, ଅଶୋକ କୁମାର ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ଏହି ବୈଠକରେ ଗବେଷଣା ଶାଖାର ନିଦେ୍ର୍ଦଶକ ଡ. ତ୍ରିବିକ୍ରମ ପ୍ରଧାନ ଗବେଷଣା ଶାଖାର କାର୍ଯ୍ୟଧାରା ସଂପର୍କିତ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଗବେଷଣା ଶାଖାର ସମସ୍ତ ଅଧିକାରୀ ଯୋଗ ଦେଇଥିଲେ ।