ରଘୁନନ୍ଦନଙ୍କ ଘରେ ପୁଲିସ

ଭୁବନେଶ୍ୱର: ଜଣେ ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିବା ପ୍ରସଙ୍ଗରେ ବୁଧବାର ପୁଲିସ ଏବେ ଆକ୍ସନ ମୋଡ଼ରେ । ଆଜି ପୁଲିସ ବିଜେଡି ନେତା ରଘୁନନ୍ଦନ ଦାସଙ୍କ କ୍ୱାର୍ଟର୍ସରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତକାଲି ଘଟଣାର ସିସିଟିଭି ଫୁଟେଜ ଯାଞ୍ଚ ସହ କ୍ୟାପିଟାଲ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି । ଗତକାଲି ଜଣେ ମହିଳା ସାମ୍ବାଦିକା ବିଜେଡି ନେତା ରଘୁନନ୍ଦନ ଦାସଙ୍କ ସରକାରୀ ବାସଭବନକୁ ଯାଇଥିଲେ । ଏହି ସମୟରେ ଶ୍ରୀ ଦାସ ସମ୍ପୃକ୍ତ ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିଦେଇଥିବା ଅଭିଯୋଗ ହୋଇଥିଲା ।  ସମ୍ପୃକ୍ତ ସାମ୍ବାଦିକ ଜଣକ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ଶ୍ରୀ ଦାସ ଏଭଳି କାଣ୍ଡ ଭିଆଇଥିଲେ । ଏହି ଘଟଣାକୁ ନେଇ ସମ୍ପୃକ୍ତ ସାମ୍ବାଦିକା ଜଣକ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ ।