ବ୍ୟବସାୟୀ ମୃତୁ୍ୟ ଘଟଣା : ଚାଳକ ଗିରଫ
ବାଲିଅନ୍ତା : ସଡକ ଦୁର୍ଘଟଣାରେ ଜଣେ ବ୍ୟବସାୟୀଙ୍କ ମୃତୁ୍ୟ ଘଟଣାରେ ବାଲିଅନ୍ତା ଥାନା ପୁଲିସ ଆଜି ଫେରାର ଥିବା ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ଦୁର୍ଘଟଣା ଘଟାଇଥିବା ପିକଅପ ଭ୍ୟାନକୁ ଜବତ କରିଛି । ଗିରଫ ଚାଳକ ହେଲେ ବାଳକାଟି ଫାଣ୍ଡି ବସନ୍ତପେଡି ଗ୍ରାମର ଅଂଶୁମାନ ମହାନ୍ତି । ଖବରନେବାରେ ଜଣାପଡିଛି ବଇଞ୍ଚୁଆ ବିଲସାହି ଗ୍ରାମର ଦୁଃଶାସନ ସାହୁଙ୍କ ସାନପୁଅ ଛବିନ ସାହୁ ନାମକ ଜଣେ ଦହିବରା ବ୍ୟବସାୟୀ ବାଳକାଟି ଫାଣ୍ଡି ବେତନାସିଆ ସ୍ଥିତ ଶ୍ୱଶୁର ଘର ଗ୍ରାମରେ ରହି ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଉତ୍ତରାରେ ଦହିବରା ଆଳୁଦମ ବ୍ୟବସାୟ କରୁଥିଲେ । ଗତମାସ ୨୬ ରାତିରେ ଦହିବରା ତିଆରି ନିମନ୍ତେ କିଛି ସାମଗ୍ରୀ କିଣି ଘରକୁ ଫେରୁଥିବାବେଳେ ରାତି ୧୧ଟାରେ ଉକ୍ତ ପିକଅପ ଭ୍ୟାନ ତାଙ୍କୁ ଧକ୍କାଦେଇ ପଳାଇଥିଲା । ଫଳରେ ଛବିନ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଚିକିସôା ନିମନ୍ତେ ତାଙ୍କୁ ରାଜଧାନୀ. ଚିକିସôାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।