ରାଜଭବନରେ ଜନଜାତୀୟ ଗୌରବ ଦିବସ ଓ ଝାଡ଼ଖଣ୍ଡ ରାଜ୍ୟ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ  ଏବଂ ଝାଡ଼ଖଣ୍ଡ ରାଜ୍ୟର ପ୍ରତିଷ୍ଠା ଦିବସ ନେଇ ରାଜଭବନରେ ଏକ ଉସôବ ମୁଖରିତ ପରିବେଶରେ ପାଳିତ ହୋଇଥିଲା । ଏହି ଉପଲକ୍ଷେ ଆୟୋଜିତ ସମାରୋହରେ ରାଜ୍ୟପାଳ ରଘୁବର ଦାସ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ  କହିଥିଲେ ଯେ  ମହାନ ସ୍ୱାଧୀନତା ସଂଗ୍ରାମୀ, ଆଧ୍ୟାତ୍ମିକ ନେତା, ସମାଜ ସଂସ୍କାରକ ବିର୍ସା ମୁଣ୍ଡାଙ୍କର ସ୍ୱାଧୀନତା ସଂଗ୍ରାମରେ ଅଦମ୍ୟ ସାହସ ପ୍ରଦର୍ଶନ ଏବଂ ଜନଜାତି ସଂମ୍ପ୍ରଦାୟର ଅଧିକାର ସୁରକ୍ଷା ଦିଗରେ ଅବଦାନ ସର୍ବଦା ପ୍ରେରଣାର ଉସô ହୋଇ ରହିବ । ଧରତୀ ଆବା ଭାବରେ ପରିଚିତ ଭଗବାନ ବିର୍ସା ମୁଣ୍ଡା ଲୋକଙ୍କର କଲ୍ୟାଣ, ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ଜୀବନ ଉସôର୍ଗ କରିଥିଲେ । ଅତ୍ୟାଚାର ବିରୁଦ୍ଧରେ ପ୍ରତିରୋଧ ଏବଂ ଜନଜାତି ସଂପ୍ରଦାୟର ସଂସ୍କୃତି, ସ୍ୱାଭିମାନ ଏବଂ ସମ୍ମାନ ରକ୍ଷା ପାଇଁ ତାଙ୍କର ପ୍ରତିବଦ୍ଧତା ଓ ସଂଗ୍ରାମ ତାଙ୍କୁ ଏକ ଶକ୍ତିଶାଳୀ ପ୍ରତୀକ ଭାବେ ପ୍ରତିଷ୍ଠିତ କରିଛି ବୋଲି ରାଜ୍ୟପାଳ କହିଥିଲେ । 
ଝାଡ଼ଖଣ୍ଡ ରାଜ୍ୟ ପ୍ରତିଷ୍ଠା ଦିବସ ସଂପର୍କରେ ସ୍ମୃତିଚାରଣ କରି ରାଜ୍ୟପାଳ କହିଥିଲେ ଯେ ଭଗବାନ ବିର୍ସା ମୁଣ୍ଡାଙ୍କର ଜନ୍ମଦିନରେ ୨୦୦୦ମସିହା ନଭେମ୍ବର ୧୫ତାରିଖ ଦିନ ଝାଡ଼ଖଣ୍ଡ ରାଜ୍ୟ ପ୍ରତିଷ୍ଠା ହୋଇଥିଲା । ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ରାଜ୍ୟ ମଧ୍ୟରେ ଥିବା ସାମାଜିକ ଓ ସାଂସ୍କୃତିକ ସଂପର୍କ ମଧୁର ଓ ନିବିଡ । ରାଜ୍ୟ ସ୍ଥାପନା ଦିବସ ବିବିଧତାରେ ଏକତା ଏବଂ ଏକ ଭାରତ ଶ୍ରେଷ୍ଠ ଭାରତକୁ ଅଧିକ ଶକ୍ତିଶାଳୀ କରାଇବ ବୋଲି କହିଥିଲେ । ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିଦେ୍ର୍ଦଶରେ ରାଜଭବନରେ ରାଜ୍ୟ ସ୍ଥାପନା ଦିବସ ପାଳନ ରାଜ୍ୟ ରାଜ୍ୟ ମଧ୍ୟରେ ସଂପର୍କ ଦୃଢ଼ୀଭୂତ କରିବା ସହିତ ଏକ ଭାରତ ଶ୍ରେଷ୍ଠ ଭାରତକୁ ସାକାର କରିପାରିବ ବୋଲି ରାଜ୍ୟପାଳ କହିଥିଲେ । ବିକଶିତ ଝାଡ଼ଖଣ୍ଡ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ଶିକ୍ଷା ଜରୁରୀ । ଶିକ୍ଷା ଦ୍ୱାରା ଲକ୍ଷ୍ୟରେ ଆମେ ପହଂଚିପାରିବା  । ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡ ଭାରତର ଅର୍ଥନୈତିକ ଏବଂ ସାଂସ୍କୃତିକ ଦୃଶ୍ୟପଟ୍ଟରେ ବିଶେଷ ଅବଦାନ ରଖିଛନ୍ତି ବୋଲି ରାଜ୍ୟପାଳ  କହିଥିଲେ । ଦେଶ ପାଇଁ ଏକ ସମୃଦ୍ଧ ତଥା ଗୌରବମୟ ଭବିଷ୍ୟତ ସୃଷ୍ଟି କରିବାକୁ ଆହ୍ୱାନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାରଙ୍କ ଝାଡ଼ଖଣ୍ଡ ସ୍ଥାପନା ଦିବସର ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା । ରାଜ୍ୟପାଳଙ୍କ ମୁଖ୍ୟ ପରାମର୍ଶଦାତା ସନ୍ତୋଷ କୁମାର ଶତପଥି ଏହି ସମାରୋହରେ ଉଦ୍ବୋଧନ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଭଗବାନ ବିର୍ସା ମୁଣ୍ଡାଙ୍କର ଜୀବନୀ ସଂପର୍କିତ ଏକ ପ୍ରାମାଣିକ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାରେ ଅଧ୍ୟୟନ କରୁଥିବା ଝାଡ଼ଖଣ୍ଡ ରାଜ୍ୟର ଛାତ୍ରଛାତ୍ରୀ ତଥା ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀଙ୍କ ସମେତ ରାଜଭବନର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।