ଜିଲ୍ଲାସ୍ତରୀୟ ପୋଷଣ ଅଭିଯାନର ସମନ୍ୱୟ ବୈଠକ

 କେନ୍ଦ୍ରାପଡା  : ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପୋଷଣ ଅଭିଯାନର ବାର୍ଷିକ କାର୍ଯ୍ୟ ଖସଡା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଲିଲିତା ଦାସ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର, ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, ଡିଏସଡବ୍ଲୁଓ ମନୋରମା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟ ଖସଡାର ତଦାରଖ କରିଥିଲେ । କାର୍ଯ୍ୟକ୍ରମରେ ଅଙ୍ଗନୱାଡି ଗୃହ ନିର୍ମାଣ, ବିଦୁ୍ୟତ୍ ସଂଯୋଗୀକରଣ, ପାନୀୟ ଜଳ ଯୋଗାଣ, ଶୌଚାଳୟ ନିର୍ମାଣ ସହିତ ଶିଶୁ ଓ ମାତୃର ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିସହିତ ପୂର୍ବ ବର୍ଷର ବିଭିନ୍ନ କାର୍ଯ୍ୟ ଖସଡାର ସମୀକ୍ଷା କରାଯାଇ ନୂତନ ବର୍ଷର ବାର୍ଷିକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଗ୍ରାମ୍ୟସ୍ତରୀୟ ସ୍ୱାସ୍ଥ୍ୟ, ପରିମଳ ଓ ପୃଷ୍ଟି ଦିବସରେ ହିତାଧିକାରୀଙ୍କୁ ସମସ୍ତ ସୁବିଧା ଯୋଗାଇବା ଓ ୧୦୦ ପ୍ରତିଶତ ଟୀକାକରଣ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ସହଯୋଗ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । କାର୍ଯ୍ୟକ୍ରମରେ ଜିଲ୍ଲା ପୋଷଣ ସଂଯୋଜକ ସଂଜୟ ପାତ୍ର, ଅମିତା ସିଂହ, ସୁନିତା ବେହେରା ପ୍ରମୁଖ ସହଯୋଗ କରିଥିଲେ  ।