ମହିଳାଙ୍କ ଆପତ୍ତିଜନକ ଫଟୋ ପୋଷ୍ଟ କରି ଯୁବକ  ଗିରଫ

 ଆନନ୍ଦପୁର : ଫେକ୍ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲି ଜଣେ ମହିଳାଙ୍କ ଆପତ୍ତିଜନକ ଫଟୋ ଏବଂ ଭିଡିଓ ପୋଷ୍ଟ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୋସ ପୁଲିସ ଗିରଫ କରିଛି  । ସୂଚନା ଅନୁଯାୟୀ, କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳର ଅଭିନ୍ନ ମଲ୍ଲିକଙ୍କ ପୁଅ ଜୀବନ ମଲ୍ଲିକ(୨୩) ଏକ ଫେକ୍ ଆଇଡି କରି ସାମାଜିକ ଗଣମାଧ୍ୟମରେ ସୋସ ଗ୍ରାମର ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ପଠାଇ ବାରମ୍ବାର ମାନସିକ ଯନ୍ତ୍ରଣା ଦେଇ ଆସୁଥିଲା  । ଏନେଇ ମହିଳା ଜଣକ ସୋସ ଥାନାରେ ଲିଖିତ ଅଭିଯୋଗ କରିଥିଲେ  । ସୋସ ପୁଲିସ ଗତ ଜୁଲାଇ ୧୭ରିଖରେ ୧୫୧/୨୫ରେ ଏକ ମାମଲା ରୁଜୁକରି ଘଟଣା ଉପରେ ନଜର ରଖିଥିଲା  । ପୁଲିସ ଗତ ୨୮ ରିଖରେ ଅଭିଯୁକ୍ତ ଜୀବନ ମଲ୍ଲିକକୁ ଗିରଫ କରିବା ସହ ଧାରା ୭୮/୦୨, ୩୬୫/୨, ୨୩୮/ସି, ବିଏନ୍ଏସ୍ ୬୬/ସି, ୬୭/୬୭/ଏ ଆଧାରରେ କୋର୍ଟ ଚାଲାଣ କରିଛି  ।