ମାଟିରେ ତିଆରି ବୋଇତ ସ୍ଥାନିତ
ଜଟଣୀ: କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଜଟଣୀ ହାଟବଜାର ଗୋପୀନାଥପୁର ଅଞ୍ଚଳର ସୂକ୍ଷ୍ମ କଳାକାର ଏଲ. ଇଶ୍ୱର ରାଓ ଏକ କାଚ ବୋତଲ ଭିତରେ ମାଟିରେ ତିଆରି ବୋଇତକୁ ସ୍ଥାନୀତ କରିଛନ୍ତି । ଯାହାର ଉଚ୍ଚତା ୩.୫ ଇଞ୍ଚ ଓସାର ୨.୫ ଇଞ୍ଚ ଓ ଉକ୍ତ କଳାକୃତି କରିବା ପାଇଁ ଶ୍ରୀ ରାଓଙ୍କୁ ପାଞ୍ଚ ଦିନ ସମୟ ଲାଗିଥିଲା । କାମରେ ମାଟି, ଷ୍ଟିକ୍ସ ଓ ପେପର ବ୍ୟବହାର ହୋଇଥିଲା । ଏହି କଳା ମାଧ୍ୟମରେ ସେ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହ ଡ଼ଙ୍ଗା ଭସାଇବା ସମୟରେ ନଦୀ ବା ପୋଖରୀ କୂଳରେ ଦେଖିକି ଛାଡ଼ିବେ ଓ କୌଣସି ପ୍ରକାର ପ୍ଲାଷ୍ଟିକ ତିଆରି ଡଙ୍ଗା ନ ଭସାଇବା ପାଇଁ ଅନୁରୋଧ କରିଛନ୍ତି ।