ଶାହା ଭାଙ୍ଗିଦେବେ ବିଜେଡ଼ି 

Amit saha, Biju Janata Dal

ଶାହା ଭାଙ୍ଗିଦେବେ ବିଜେଡ଼ି 

ଏବେ ବିଜେଡ଼ିରେ କୋକୁଆ ଭୟ ଖେଳିଯାଇଛି  । ଅମିତ ଶାହା ବିଜେଡ଼ିକୁ ଭାଙ୍ଗି ଖଣ୍ଡଖଣ୍ଡ କରିଦେବା ପାଇଁ ରଣନୀତି କରିଛନ୍ତି  । ଏହାର ପ୍ରଭାବ ଦିଲ୍ଲୀରେ ଅନୁଭୂତ ହୋଇସାରିଲାଣି  । ଯାହା ଏବେ ବିଜେଡ଼ିରେ କମ୍ପନ ସୃଷ୍ଟିକରିଛି  । ମହାରାଷ୍ଟ୍ରରେ ଯେଉଁଭଳି ଭାବେ ଶିବସେନା ଓ ଏନସିପିକୁ ଶାହା ଭାଙ୍ଗିଦେଲେ ଠିକ୍‌ ସେହିପରି ବିଜେଡ଼ିକୁ ମଧ୍ୟ ଭାଙ୍ଗି ଦିଆଯିବ  । ଚବିଶ ନିର୍ବାଚନରେ ହାରିବା ପରେ ବିଜେଡ଼ିରେ ଏବେ ଅସନ୍ତୋଷର ନିଅାଁ ବ୍ୟାପିବାରେ ଲାଗିଛି  । ଦଳର ମାମଲତକାରଙ୍କ ଉପରେ ଅନେକ ନେତା ରାଗିପାଚି ଲାଲ ହୋଇଯାଇଛନ୍ତି  । ଦଳ କ୍ଷମତାରେ ଥିବାରୁ ସେମାନେ ନୀରବ ରହିବାକୁ ବାଧ୍ୟ ହେଉଥିଲେ । ଏବେ କିନ୍ତ ଦଳ ଆଉ କ୍ଷମତାରେ ନାହିଁ  । ସେପଟେ ନବୀନ ଆଉ କେତେଦିନ ବିଜେଡ଼ିର ନେତୃତ୍ୱ ନେବେ ତାହା ବି କେହି ଜାଣିପାରୁନାହାନ୍ତି  । ଅସୁସ୍ଥତା କାରଣରୁ ନବୀନ ବିଧାନସଭା ଯାଉନଥିବାବେଳେ କିଭଳି ରାଜ୍ୟ ବୁଲିବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି  । ଏଯାଏଁ ବିଜେଡ଼ି ନିଜର ଟିମ୍‌ ବି ଗଢ଼ିପାରିନାହିଁ  । ନବୀନଙ୍କ ପରେ ଦଳର କେଉଁ କେଉଁ ନେତାମାନେ ଦାୟିତ୍ୱ ସମ୍ଭାଳିବେ ତାହା ସ୍ଥିର କରାଯାଇପାରୁନାହିଁ  । ସବୁଠାରୁ ବଡ଼ କଥାଟି ହେଉଛି, ଏବେବି ଭିକେ ପାଣ୍ଡିଆନ୍‌ ପ୍ରଚ୍ଛଦ ପଟ୍ଟରେ ରହି ଗୋଟିଚାଳନା କରୁଛନ୍ତି  । ଯେଉଁମାନଙ୍କ ପାଇଁ ଦଳ ହାରିଲା, ସେମାନେ ଏବେବି କ୍ଷମତାଶାଳୀ ରହିଛନ୍ତି  । ଯାହାକି ତୃଣମୂଳସ୍ତରର ବିଜେଡ଼ି କର୍ମୀମାନଙ୍କୁ ଅସନ୍ତୁଷ୍ଟ କରିଦେଇଛି  । ବିଜୁ ଛାତ୍ର ଜନତା ଦଳର ନେତାମାନେ ଶଙ୍ଖ ଭବନରେ ହଙ୍ଗାମା କରିବାକୁ ବି ପଛାଇନଥିଲେ  । ବିଜେଡ଼ି ଏବେ ନୀରବ ଥିବାରୁ ଗାଁ ଗହଳିର କର୍ମୀମାନେ ବି ଆଶଙ୍କାରେ ରହି ଯାଇଛନ୍ତି  । ବିଜେପି ସରକାର ଏବେ ଘନଘନ ଚଢ଼ାଉ ଆରମ୍ଭ କରିଦେଇଛନ୍ତି  । ବଡ଼ ବଡ଼ ଅଫିସର ଏବେ ବନ୍ଧା ହୋଇ ଜେଲକୁ ପଳାଇ ଯାଇଛନ୍ତି  । ଆଗାମୀ ଦିନରେ ବିଜେଡ଼ିର ବଡ଼ ନେତାଙ୍କ ଉପରେ ବି ଚଢ଼ାଉ ହେବ  । ଚିଟଫଣ୍ଡ ମାମଲାରେ ସିବିଆଇ ସକ୍ରିୟ ହେବ  । ସେତେବେଳେ ବର୍ତ୍ତି ଯାଇଥିବା ଅନେକ ନେତାଙ୍କୁ ପୁଣି ଥରେ ଦଳ ଜେରା କରିବ  । ଅମିତ ଶାହା ଟାଣୁଆ ବିଜେଡ଼ି ନେତାମାନଙ୍କ ଦୁର୍ବଳତା ଖୋଜିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି  । କେଉଁ ନେତାଙ୍କର କେଉଁଠି ସମ୍ପତ୍ତି ରହିଛି ତାହାକୁ ନେଇ ପୁଲିସ ରିପୋର୍ଟ ପ୍ରସ୍ତୁତ କରୁଛି  । ଖୁବଶୀଘ୍ର ଚଢ଼ାଉ ଆରମ୍ଭ ହେବବୋଲି ସୂଚନା ମିଳୁଛି  । ଯେବେ ବିଜୁ ଜନତା ଦଳ ସରକାରଙ୍କ ବିରୋଧରେ ସକ୍ରିୟ ହେବ ସେତେବେଳେ ଏଭଳି ଚଢ଼ାଉ କରିବାକୁ ମୋହନ ସରକାର ଯୋଜନା କରିଛନ୍ତି  । ବିଜେଡ଼ିର ଅନେକ ଠିକାଦାର ଏବେ ବିଜେପି ମୁହାଁ ହେଲେଣି  । ବିଜେଡ଼ି ନେତାଙ୍କୁ ସେମାନେ ଆଉ ଚାନ୍ଦା ବି ଦେଉନାହାନ୍ତି  । ଫଳରେ ସଂଗଠନ ପାଇଁ ନେତାମାନେ ଟଙ୍କା ଅଭାବର ସାମ୍ନା କରିବେ  । କିଛି ନେତା ଏବେଠାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଯୋଗାଯୋଗ ଆରମ୍ଭ କରିଦେଇଛନ୍ତି  । ଯାହା ଏବେ ନବୀନ ଓ ପାଣ୍ଡିଆନଙ୍କୁ ଚିନ୍ତାରେ ପକାଇଦେଇଛି  ।