ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା : ୬୭ ଲକ୍ଷ ଲୋକ ପାଇବେ ଆୟୁଷ୍ମାନ
Ayusman Yojana
।। ପ୍ରଭାନ୍ୟୁଜ୍ ।। ଭୁବନେଶ୍ୱର, ୩୦ା୯ : ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତିଯେ, ରାଜ୍ୟର ୧ କୋଟି ପରିବାରର ସାଢେ଼ ୩ କୋଟି ଲୋକଙ୍କୁ ହେଲଥ କାଡର଼୍ ମିଳିବ । ଆୟୁଷ୍ମାନ ଯୋଜନାରେ ୬୭ ଲକ୍ଷ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୩୩ ଲକ୍ଷ କାଡର଼୍ ପ୍ରଦାନ କରାଯିବ । ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ମିଳିବ । ଏନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସେହିପରି ୭୦ ବର୍ଷର ସମସ୍ତ ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ସ୍ୱାସ୍ଥ୍ୟ ସୁବିଧା ମଧ୍ୟ ପ୍ରଦାନ କରାଯିବ ।
ସୂଚନାଯୋଗ୍ୟଯେ, ବିଜେପି ତାହାର ଇସ୍ତାହାରରେ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେବବୋଲି ଘୋଷଣା କରିଥିଲା । ଫଳରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଥିବା କାର୍ଡ ଅଚଳ ହୋଇଯିବାର ଆଶଙ୍କା ରହିଥିଲା । କିନ୍ତୁ ରାଜ୍ୟ ସରକାର ସେହି ଯୋଜନାରେ ପୂର୍ବଭଳି ସୁବିଧା ମିଳିବ ବୋଲି କହିଥିଲେ । ବିଏସକେୱାଇର ନାମକୁ ପରିବର୍ତ୍ତନ କରାଯାଇ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କରାଯାଇଛି । ଆୟୁଷ୍ମାନ ଲାଗୁ ହେବା ପରେ ସରକାରଙ୍କ ଉପରେ ଅର୍ଥ ଚାପ କମିପାରିବ । କାହିଁକିନା କେନ୍ଦ୍ର ସରକାର ଆୟୁଷ୍ମାନ ବାବଦରେ ରାଜ୍ୟକୁ ସହାୟତା ପ୍ରଦାନ କରିବେ ।