ବାଲିଯାତ୍ରା ଓ ବୋଇତ ବନ୍ଦାଣ ନେଇ ପ୍ରସ୍ତୁତି

ାା ପ୍ରଭାନୁ୍ୟଜ ।ା କେନ୍ଦ୍ରାପଡା: କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ତିନିମୁହାଣୀ ସ୍ଥିତ ରାମ ମନ୍ଦିର ପରିସରରେ ଗୋବରୀ ବାଲିଯାତ୍ରା ମହୋତ୍ସବ ଓ ବୋଇତ ବନ୍ଦାଣ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଭାପତି ବିବେକାନନ୍ଦ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିୁତ ହୋଇଯାଇଛି । ଆସନ୍ତା ୧୫ ତାରିଖ ଶୁକ୍ରବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣମା ହୋଇଥିବାବେଳେ ସେହିଦିନ ଭୋରରୁ ବୋଇତ ବନ୍ଦାଣ ଓ ଡଙ୍ଗା ଭସାଣୀ କାର୍ଯ୍ୟକ୍ରମ ଚଟିପୋଲ ତଳ କଡ ନଦୀ ପଠାରେ ଅନୁଷ୍ଠିତ ହେବ । ଏହାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ଓ ସରସ ସୁନ୍ଦର କରିବା ଉପରେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ବୋଇତ ବନ୍ଦାଣ କାର୍ଯ୍ୟକ୍ରମକୁ ଅଧିକ ସୁନ୍ଦର ରୂପ ଦେବା ପାଇଁ ଡଙ୍ଗା ବୁକିଂ, ଗେଟ୍ର ସାଜସଜ୍ଜା ଓ ଆଲୋକୀତ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ବାବୁନା ମିଶ୍ର, ସହ ସଂପାଦକ ଶାନ୍ତି ସ୍ୱରୂପ ଭୂୟାଁଙ୍କ ସମେତ ପ୍ରଫୁଲ୍ଲ କୁମାର ଦାସ, ଶଶାଙ୍କ ଶେଖର ଜେନା, ମାଧବାନନ୍ଦ ପ୍ରଧାନ, ପାର୍ବତୀ, ମମତା ଥାପାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।