ଏକାମ୍ର ବାଲିଯାତ୍ରା ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି
ାା ପ୍ରଭାନୁ୍ୟଜ ।ା ବାଲିଅନ୍ତା : ଭୁବନେଶ୍ୱର ଉପକଣ୍ଠ ଏକାମ୍ର ନିର୍ବାଚନମଣ୍ଡଳୀ ପରିସର ବାସୁଆଘାଇ ପଞ୍ଚାୟତ ଟଙ୍କପାଣି ରୋଡ ବାଙ୍କୁଆଳ କୁଆଖାଇ ନଦୀପଠାରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ "ଏକାମ୍ର କ୍ଷେତ୍ର ବାଲିଯାତ୍ରା ମହୋତ୍ସବ’ । ଏଥିପାଇଁ ଆୟୋଜକ ବାଙ୍କୁଆଳ ଗ୍ରାମ୍ୟ କମିଟି ଓ ବାଲିଯାତ୍ରା କମିଟି ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି । ପ୍ରାୟ ୧୫ ରୁ ୨୦ଏକର ପରିମିତ ବିସ୍ତୀର୍ଣ୍ଣ ନଦୀ ପଠାରେ ଏହି ବାଲିଯାତ୍ରା ଅନୁଷ୍ଠିତ ହେବ । ୨୦୦ ରୁ ୩୦୦ ବ୍ୟବସାୟୀ ଏଠାରେ ନିଜର ଷ୍ଟଲ ଖୋଲିବେ । ଏଥିପାଇଁ ନଦୀପଠାକୁ ସମତୁଲ କରାଯିବା ସହ ଏବେ ଠାରୁ ଷ୍ଟଲ ନିର୍ମାଣ ଆରମ୍ଭ ହେଲାଣି । ଏହି ଉତ୍ସବରେ ୧୫ରୁ ଅଧିକ ଖ୍ୟାତନାମା କଣ୍ଠଶିଳ୍ପୀ ଓ ଅଭିନେତା ଯୋଗ ଦେବାକୁ ଥିବାବେଳେ ରାଜ୍ୟର ବହୁ ନେତା ଓ ମନ୍ତ୍ରୀ ଯୋଗ ଦେବେ । ୭ ଦିନ ଧରି ହେବାକୁ ଥିବା ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦେଖେଣାହାରୀଙ୍କ ମନୋରଞ୍ଜନ ନିମନ୍ତେ ପ୍ରତିଦିନ ସନ୍ଧ୍ୟାରେ ଓଡିଶାର ଖ୍ୟାତନାମା କଳାକାର ଯୋଗ ଦେବେ । ବିଶେଷ କରି ଏହି କାର୍ଯ୍ୟକ୍ରମରେ ମେଲୋଡି କୁଇନ ଅସୀମା ପଣ୍ଡା ଓ ମେଲୋଡି କିଙ୍ଗ ହୁ୍ୟମାନ ସାଗର ନିଜର ଝଲକ ଦେଖାଇବେ । ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳବାସୀ ଉତ୍ସକତାର ସହ ଅପେକ୍ଷା କରି ରହିଛନ୍ତି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଏହି ବାଲିଯାତ୍ରା ଆରମ୍ଭ ହେବ । ପ୍ରଥମ ଦିନ ଅଥବା ୧୫ ତାରିଖରେ ଭୋରୁ ଓଡିଶାର ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବ ପାଳନ ହେବା ସହ ବାଲିଯାତ୍ରା ମହୋତ୍ସବର ଶୁଭ ଉଦ୍ଘାଟନ ହେବ । କୁଆଖାଇ ନଦୀରେ ଡ଼ଙ୍ଗା ଭସାଇବା ପାଇଁ ଆୟୋଜକଙ୍କ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଛି । ଏଥିରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଯୋଗ ଦେବେ । ସେହିପରି ସନ୍ଧ୍ୟା ସମୟରେ କଣ୍ଠଶିଳ୍ପୀ ଶ୍ରୀ ଚରଣ ଓ ସାଥି କଣ୍ଠଶିଳ୍ପୀଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହେବ । ୧୬ ସନ୍ଧ୍ୟାରେ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଓ ଅଭିନେତ୍ରୀ ପ୍ରିୟା ଚୌଧୁରୀ, ୧୭ରେ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଓ ଅଭିନେତ୍ରୀ ରିୟା ଦେ, ୧୮ ରେ କଣ୍ଠଶିଳ୍ପୀ ସୋୟମ ପାଢ଼ୀ ଓ ଅଭିନେତ୍ରୀ ଶିବାନୀ ସଂଗୀତା, ୧୯ ରେ କଣ୍ଠଶିଳ୍ପୀ ଅଭିଜିତ ମଜମୁଦାର ଓ ହାସ୍ୟ ଅଭିନେତା ପପୁ ପମ୍ ପମ୍, ୨୦ରେ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ଅଭିନେତ୍ରୀ ପୁନମ ମିଶ୍ର, ୨୧ରେ କଣ୍ଠଶିଳ୍ପୀ ହୁ୍ୟମାନ ସାଗର ଓ ରାଜନେତା ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଉଦ୍ୟାପନୀ ସନ୍ଧ୍ୟା ବା ୨୨ରେ ଡ୍ୟାନ୍ସ ଡ୍ୟାନ୍ସ କାର୍ଯ୍ୟକ୍ରମରେ ହାସ୍ୟ ଅଭିନେତା ଶଙ୍କର, ପ୍ରଜ୍ଞା ଯୋଗ ଦେଇ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିବେଷଣ କରିବେ । ସେହିପରି ଜୟଦେବ ନିର୍ବାଚନମଣ୍ଡଳୀ ଓ ଏକାମ୍ର ନିର୍ବାଚନମଣ୍ଡଳୀ ସଙ୍ଗମସ୍ଥଳ ହେଉଛି ଏହି କୁଆଖାଇ ନଦୀପଠା । ଏଠାରେ ପ୍ରଥମ ଥର ଏହି ମହୋତ୍ସବ ହେଉଥିବାବେଳେ ଆଖପାଖ ୫ /୬ ଟି