ଜୟନାରାୟଣଙ୍କୁ ତୁରନ୍ତ ଗିରଫ କରାଯାଉ: ବିଜେଡି

ଜୟନାରାୟଣଙ୍କୁ ତୁରନ୍ତ ଗିରଫ କରାଯାଉ:  ବିଜେଡି

ଭୁବନେଶ୍ୱର:ବିଜେପିର ବରିିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କ ଦ୍ୱାରା ଆବେଦନ କରାଯାଇଥିବା ଆଗୁଆ ଜାମିନକୁ ସର୍ବୋଚ୍ଚ ନ୍ୟାୟାଳୟ ପ୍ରତ୍ୟାଖ୍ୟାନ କରିବା ପରେ ବିଜେଡି ତାଙ୍କ ଗିରଫ ଦାବି କରିଛି। ଗୁରୁବାର ଶଙ୍ଖଭବନଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ରାଜ୍ୟ ସଭା ସଦସ୍ୟ ତଥା ମୁଖପାତ୍ର ସୁଲତା ଦେଓ କହିଛନ୍ତି, ଗୋଟିଏ ପଟେ ଭାଜପା ବିଧାୟକ କିମ୍ବା କର୍ମୀ ଅପରାଧରେ ଲିପ୍ତ ରହୁଛନ୍ତି। ଅପରପକ୍ଷରେ ରାଜ୍ୟ ସରକାର ସେମାନଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି। ଆଗୁଆ ଜାମିନ ପ୍ରତ୍ୟାଖ୍ୟାନ ହୋଇ ଥିବାରୁ ଜୟନାରାୟଣଙ୍କୁ ତୁରନ୍ତ ଗିରଫ କରିବା ପାଇଁ ବିଜେଡି ଦାବି କରୁଛି ବୋଲି ସୁଲତା କହିଛନ୍ତି।