ଚାଷୀ ସମସ୍ୟା ନେଇ ବିଜେଡ଼ିର ବିକ୍ଷୋଭ 

 ବରଗଡ : ଓଡ଼ିଶାର କୃଷକମାନଙ୍କ ସମସ୍ୟା ଓ ଏହାର ତ୍ୱରିତ ସମାଧାନ ନିମନ୍ତେ ବିଜେଡି ପକ୍ଷରୁ ବରଗଡ଼ ଠାରେ ବିଶାଳ ଚାଷୀ ସମାବେଶ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ଚାଷୀମାନଙ୍କ ପାଇଁ ଜଟିଳ ପଞ୍ଜିକରଣ ବ୍ୟବସ୍ଥାକୁ ସରଳୀକରଣ ସହିତ ପଞ୍ଜିକରଣ ଅବଧି ବୃଦ୍ଧି, ବିଫଳ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କମ୍ପାନୀମାନଙ୍କୁ ଲାଭ ଦେଇ ଚାଷୀଙ୍କୁ ଲୁଟ କରାନଯାଉ, ଧାନ ବିକ୍ରିରେ କଟନୀଛଟନୀ ଓ ଦଲାଲ ରାଜ୍ ବନ୍ଦ କରିବା, ଅଦିନିଆ ବର୍ଷାରେ କ୍ଷୟ କ୍ଷତି ହୋଇଥିବା ଚାଷୀଙ୍କୁ ଇନ୍ପୁଟ ସବସିଡି ତୁରନ୍ତ ପ୍ରଦାନ, ଲକ୍ଷ ଲକ୍ଷ ନାମ ମାତ୍ର ଚାଷୀ, ଭାଗ ଚାଷୀ ଓ ଭୂମିହୀନ କୃଷି ଶ୍ରମିକଙ୍କୁ ସିଏମ କିଶାନ ଯୋଜନାରେ ସାମିଲ, ବିହନ ଓ ସାରର ଅଭାବୀ ବିକ୍ରି ବନ୍ଦ କରିବା, ଆନୁଷଙ୍ଗିକ କୃଷି ଓ ଅର୍ଥକାରୀ ଫସଲ ଉପରେ ଗୁରୁତ୍ୱ ପ୍ରଦାନ କରିବା ଭଳି ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ଦାବୀ କରି ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ବିଜେଡି ଦାବିପତ୍ର ପ୍ରଦାନ କରିଛି ।  ବିରୋଧୀ ଦଳ ଉପନେତାଙ୍କ ସହିତ ହଜାର ହଜାର ଚାଷୀ ଓ ବିଜେଡି କର୍ମୀ ସ୍ଥାନୀୟ ଗଣେଶ ରାମ ଭବନରୁ ଏକ ବିଶାଳ ପଟୁଆରରେ ବାହାରି ଥାନା ଛକ ଓ କଚେରୀ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚôଥିଲେ । ଏହି ଅବସରରେ ବରଗଡ଼ ସହରରେ ଅଦିନିଆ ଧନୁଯାତ୍ରା ପରିଭିଡ ପରିଲକ୍ଷିତ ହୋଇଥିଲା । ବିଜେଡିର ଏହି ଚାଷୀ ବିକ୍ଷୋଭ ଡାକରାକୁ ଚାଷୀମାନଙ୍କ ଅଭୁତ ପୂର୍ବ ସମର୍ଥନ ଦେଖିବାକୁ ମିଳିଥିଲା । ଏହି ସମାବେଶକୁ ଭଣ୍ଡୁର କରିବା ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ଉଦ୍ୟମ କରାଯାଇ ଜିଲ୍ଲା ପ୍ରଶାସନ ଜରିଆରେ ସମାବେଶରେ ଯୋଗ ଦେବାକୁ ଆସୁଥିବା ଚାଷୀଙ୍କ ଗାଡ଼ି ଗୁଡ଼ିକୁ ବିଭିନ୍ନ ସ୍ଥାନରେ ଅଟକାଇ ହଇରାଣ କରାଯାଇଥିଲା । ଏହି ଘଟଣାକୁ ବିଜେଡି ନେତୃମଣ୍ଡଳୀ ତୀବ୍ର ନିନ୍ଦା କରିଥିଲେ । ଚାଷୀମାନଙ୍କ ପୁଞ୍ଜିଭୂତ ଅସନ୍ତୋଷର ପ୍ରତିଫଳନ ବରଗଡ଼ ସମାବେଶରେ ବେଶ ପ୍ରତିଫଳିତ ହୋଇଥିବା ଦେଖିବାକୁ ମିଳିଥିଲା । ବିଜେଡି ସଭାପତି ସୁଶାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭ ସଭାରେ ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ନଳିନୀ ପ୍ରଧାନ, ବିଧାୟକ ନିରଞ୍ଜନ ପୂଜାରୀ, ବିଧାୟକ ସୁଦର୍ଶନ ହରିପାଲ, ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ବିଧାୟିକା ବର୍ଷା ସିଂ ବରିହା, ବିଧାୟକ ଅଧିରାଜ୍ ପାଣିଗ୍ରାହୀ, ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ବିଧାୟକ ରୋହିତ ଜେଷଫ ତିର୍କି, ବିଧାୟକ ଯୋଗେଶ ସିଂ ବିଧାୟକ ପ୍ରଦୀପ ଦିସାରି, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ମନ୍ତ୍ରୀ ରୀତା ସାହୁ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା,ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଆୟୁବ ଖାନ୍ କିଶୋର ନାଏକ ରାଜେନ୍ଦ୍ର ଛତ୍ରିଆ, ସରୋଜ ମେହେର, ଦୁଷ୍ମନ୍ତ ନାଏକ, ରୋହିତ ପୂଜାରୀ, ନିହାର ବେହେରା, ଆକାଶ ମିଶ୍ର ଗିରି ରାଜ୍ ସିଂ, ନାରାୟଣ ଲୁହା, ପୌରଧ୍ୟକ୍ଷା କଳ୍ପନା ମାଝୀ, ଉପାଧ୍ୟକ୍ଷ ରାଜେଶ ଅଗ୍ରୱାଲ, ପ୍ରଦୁ୍ୟମ୍ନ ତ୍ରିପାଠୀ, କରନ ସିକନ୍ଦର, ମିନାକ୍ଷୀ ମିଶ୍ର, ପ୍ରଫୁଲ୍ଲ କୁମାର ନାଏକ, ଉମେଶ ପଣ୍ଡା, ଗୌରହରି ମିଶ୍ର, ବିକ୍ରମ ସିଂ ଦେଓ, ଦେବାନନ୍ଦ ଗଡତୀଆ, ନାରଦ ବରିହା, ଲମ୍ବୋଦର ନିଆଲ, ସିଦ୍ଧାର୍ଥ ଦାଶ, ମନୋଜ ମହାପାତ୍ର, ହୀରାଲାଲ ବେହେରା, କୁମୁଦିନୀ ନାଏକ କିଶୋର ମିଶ୍ର, ସୁନିଲ କିଶାନ ପ୍ରମୁଖ ବହୁ ବିଜେଡି ନେତୃମଣ୍ଡଳୀ ଉପସ୍ଥିତ ରହି ବିଜେପି ସରକାରର ଚାଷୀ ଦମନ ନୀତିକୁ ତୀବ୍ର ସମାଲୋଚନା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।