ସହାୟତା ଅପେକ୍ଷାରେ ଅକାଳୁ ମାଝୀ
ନୂଆପଡା : ନୂଆପଡା ଜିଲ୍ଲାର ବୋଡ଼େନ ବ୍ଲକ ସୁନାପୁର ପଞ୍ଚାୟତର ବାଗବାହାଲ ଗ୍ରାମର ଦେବହାଲ ପଡାର ଅକାଳୁ ମାଝୀ ବହୁ କଷ୍ଟରେ ଏଗାର ବର୍ଷ ହେଲା ଜୀବନ ଯାପନ କରୁଛନ୍ତି । କେବଳ ପାଞ୍ଚ କେଜି ଚାଉଳରେ ବିତୁଛି ଜୀବନ । ଘରଖଣ୍ଡେ ପାଇଁ ଅନେକ ଲୋକଙ୍କୁ ଗୁହାରି ହୋଇଥିବାବେଳେ ତାହା ମଧ୍ୟ ମିଳୁନଥିବା ଅକାଳୁ ପ୍ରକାଶ କରିଛନ୍ତି । ସେ ଦଶ ବର୍ଷହେବ ଗଣ୍ଠିବାତ ରୋଗରେ ପୀଡିତ ହୋଇ ଅନେକ ଡାକ୍ତରଖାନା ଗଲେ ମଧ୍ୟ ସୁଫଳ ମିଳୁନି । ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ଅବସ୍ଥାରେ ରହିଛନ୍ତି । ତେଣୁ ସରକାରୀ ସହାୟତା ଅପେକ୍ଷାରେ ଅକାଳୁ ବୃଦ୍ଧର । ଏଣୁ ବିଭାଗୀୟ କତ୍ତପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।