ବିଜେଡ଼ି ରାଲି ବେଳେ ମାଡ଼ିଗଲା ଟ୍ରକ୍‌

BJD Rally

ବିଜେଡ଼ି ରାଲି ବେଳେ ମାଡ଼ିଗଲା ଟ୍ରକ୍‌

ବଡ଼ମ୍ବା : ବିଜେଡ଼ି ରାଲି ଚାଲିଥିଲା  । ଜିନ୍ଦାବାଦ ଧ୍ୱନିରେ ସହର କମ୍ପି ଉଠିଥିଲା  । ହଜାର ହଜାର ଲୋକ ରାଲିରେ ଯାଉଥିଲେ  । ହଠାତ୍‌ ଏକ ଟ୍ରକ ରାଲି ଭିତରକୁ ଚାଲି ଆସିଥିଲା  । ଟ୍ରକ ମାଡ଼ିଯିବାରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ହୋଇଯାଇଛି  ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ବିଧାୟକ ଦେବୀ ପ୍ରସାଦ ମିଶ୍ର ନାମାଙ୍କନ ଭରିବାକୁ ଯାଉଥିଲେ  । ଏଥିପାଇଁ ବଡ଼ମ୍ବା ସହରରେ ଏକ ବିଶାଳ ରାଲିର ଆୟୋଜନ କରାଯାଇଥିଲେ  । ଦେବୀଙ୍କ ସାଙ୍ଗରେ କଟକ ସାଂସଦ ପ୍ରାର୍ଥୀ ଡକ୍ଟର ସଂତୃପ୍ତ ମିଶ୍ର ମଧ୍ୟ ଥିଲେ  । ତେବେ ଟ୍ରକ ମାଡ଼ିଯିବାରୁ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି  । ସେମାନଙ୍କ ଗୋଡ଼ରେ ଆଘାତ ଲାଗିଛି  । ଗୁରୁତରମାନଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜାଣିବାକୁ ମିଳିଛି  । ଯାହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା  ।