କାହାକୁ ଭୋଟ୍ ଦେବ ବିଜେଡି ? ରାଧାକ୍ରିଷ୍ଣନ୍ ନା ସୁଦର୍ଶନ ?
ନୂଆଦିଲ୍ଳୀ : ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୀତକ ତାତି ବଢିବାରେ ଲାଗିଛି । ସିପି ରାଧାକ୍ରୀଷ୍ଣନଙ୍କୁ ଟକ୍କର ଦେବେ ବି.ସୁଦର୍ଶନ ରେଡ୍ଡି । ପୂର୍ବତନ ରାଜ୍ୟପାଳ ବନାମ୍ ପୂର୍ବତନ ବିଚାରପତି । ଲଢେଇ ଜୋରଦାର ହେବ । ବି.ସୁଦର୍ଶନ ରେଡ୍ଡିଙ୍କୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଛି ବିରୋଧୀ ଦଳ । ତାମିଲନାଡୁରୁ ରାଧାକ୍ରୀଷ୍ଣନ୍ , ଆନ୍ଧ୍ରରୁ ସୁଦର୍ଶନ । ଉଭୟ ନେତା ଦକ୍ଷିଣ ଭାରତର ହୋଇଥିବା ବେଳେ କିଏ ବାଜିମାତ କରିବେ ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଲାଣି । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଉଭୟ ଏନଡିଏ ଓ ଇଣ୍ଡି ମେଣ୍ଟ ପକ୍ଷରୁ ପ୍ରାର୍ଥୀ ଘୋଷଣା ଶେଷ ହୋଇଛି । ଏନଡିଏ ପକ୍ଷରୁ ସିପି ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ସୁଦର୍ଶନ ରେଡ୍ଡିଙ୍କୁ ପ୍ରାର୍ଥୀ କରିଛି ଇଣ୍ଡି ମେଣ୍ଟ । ରାଜନାଥ ସିଂ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ନବୀନ ପଟ୍ଟନାୟକଙ୍କୁ ଫୋନ୍ କରିଥିବା ବେଳେ ଏବେ କଂଗ୍ରେସ ପକ୍ଷରୁ ବି ଫୋନ୍ ଆସିବ । ତେବେ ବିଜେଡି କାହାକୁ ଭୋଟ୍ ଦେବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।