ପ୍ରଶ୍ନକାଳରେ ହଟ୍ଟଗୋଳ ନିନ୍ଦନୀୟ: ବିଜେପି

ଭୁବନେଶ୍ୱର: ଆଜି ବଜେଟ ଅଧିବେଶନର ଦ୍ୱିତୀୟ ଦିନ । ତେବେ ଆଜି ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବିଜେଡି ଓ କଂଗ୍ରେସ ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିବାରୁ ବାଚସ୍ପତି ଗୃହକୁ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

ଅପରପକ୍ଷେ ପ୍ରଶ୍ନକାଳରେ ହଟ୍ଟଗୋଳ ନିନ୍ଦନୀୟ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଏନେଇ ବିରୋଧୀଙ୍କୁ ଟାର୍ଗେଟ କରି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଛନ୍ତି ଯେ ବିରୋଧୀଙ୍କ ପାଖରେ ପ୍ରସଙ୍ଗ ନାହିଁ । ତେଣୁ ସେମାନେ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି । ବିରୋଧୀ ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି । ଯାହା ଅତ୍ୟନ୍ତ ନିନ୍ଦନୀୟ । କଂଗ୍ରେସର ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ।  ପ୍ରଶ୍ନକାଳରେ ବିକ୍ଷୋଭର କୌଣସି ଆବଶ୍ୟକତା ନଥିଲା ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । 
ପ୍ରକାଶ ଯେ ଶୁକ୍ରବାର ବିଧାନସଭା ଆରମ୍ଭରୁ ଗୃହରେ ଅଚଳାବସ୍ଥା ଦେଖାଦେଇଛି। ପ୍ରବଳ ହଟ୍ଟଗୋଳ କାରଣରୁ ମଧ୍ୟାହ୍ନ ୧୨ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବିଜେଡି ଓ କଂଗ୍ରେସ ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ । ଆଇନଶୃଙ୍ଖଳା ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରି କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ସେହିପରି କଟନୀଛଟନୀ ଅଭିଯୋଗରେ ବିେଜେଡି ସଦସ୍ୟମାନେ ହୋହାଲ୍ଲା କରିଥିଲେ । ଫଳରେ ବାଚସ୍ପତି ଗୃହକୁ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।