ପ୍ରଫୁଲ୍ଲ ଜାଣିଥିବେ କିଏ କରିଥିଲା ଷଡ଼ଯନ୍ତ୍ର: ପ୍ରମିଳା
ଭୁବନେଶ୍ୱର: ପ୍ରଫୁଲ୍ଲ ଜାଣିଥିବେ କିଏ କରିଥିଲା ଷଡ଼ଯନ୍ତ୍ର । ବିଜେଡିରେ ଅହଂକାର ଓ ଚକ୍ରାନ୍ତ ନେଇ ପ୍ରଫୁଲ୍ଲ ଘଡ଼ାଇଙ୍କ ମନ୍ତବ୍ୟ ପ୍ରସଙ୍ଗରେ ଏହା କହିଛନ୍ତି ବିଜେଡି ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି ଯେ ପ୍ରଫୁଲ୍ଲ ଜାଣିଥିବେ କେଉଁଠି କିଏ ଷଡ଼ଯନ୍ତ୍ର କରିଥିଲା । କେଉଁ ଜାଗାରେ ଷଡ଼ଯନ୍ତ୍ର ଚାଲିନି । ଆଗରୁ ହୋଇନି କି ଏବେ ବି ହେଉନି । ଦଳରେ କହାର ଅହଂକାର ବଢ଼ିନି, ଦଳ ଯେମିତି ଚାଲିବା କଥା ଚାଲିଛି ।