ଆଜି ବିଜେପିର କୋର କମିଟି ବୈଠକ

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟ ବିଜେପି କାର୍ୟ୍ୟାଳୟରେ କୋର୍ କମିଟି ବୈଠକ ବସିବ । ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ଅଧ୍ୟକ୍ଷତାରେ ଦଳୀୟ କାର୍ୟ୍ୟାଳୟରେ ପୂର୍ବାହ୍ଣ ୧୧ଟାରୁ ବୈଠକ ଆରମ୍ଭ ହେବ । ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସମେତ କୋର କମିଟିର ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ରହିବେ । ରାଜ୍ୟର ସାଂଗଠନିକ ନିର୍ବାଚନ ଓ ଆଗାମୀ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତିକୁ ବୈଠକରେ ଗୁରୁତ୍ୱ ଦିଆଯିବ । ରାଜ୍ୟରେ ଦଳର ମୋଟ ୩୭ଟି ସାଂଗଠନିକ ଜିଲ୍ଲା ଅଛି । ଗତମାସ ୨୫ ତାରିଖରେ ପ୍ରଥମ ପର୍ୟ୍ୟାୟରେ ୨୩ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା ସରିଛି । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି । ତୃଣମୂଳସ୍ତରରେ ସାଂଗଠନିକ ସ୍ଥିତି ମଜଭୁତ କରିବା ନେଇ ରଣନୀତି ପ୍ରସ୍ତୁତ କରାଯିବ । ଶୁକ୍ରବାର ବୈଠକରେ ବଳକା ୧୪ଜଣ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇପାରେ । ଏଥର ପୁରୁଖା ନେତାଙ୍କ ପ୍ରାଧାନ୍ୟ ଦିଆଯିବ ବୋଲି ସୂଚନା ମିଳିଛି ।