ବାଣ ଗୋଦାମରେ ବିସ୍ଫୋରଣ : ୨ ମୃତ, ୩ ଗୁରୁତର 

ବାଣ ଗୋଦାମରେ ଆଜି ଭୋର ସମୟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା ।  ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅଧିନ ହଳଦୀଡିହ ନିକଟରେ ଏଭଳି ଅଘଟଣ ଘଟିଛି  । ଏହି ବିସ୍ଫୋରଣରେ ୨ ଜଣଙ୍କର ମୃତୁ୍ୟ ଘଟିଥିବାବେଳେ ୩ ମହିଳା ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି  । ଦମକଳ ବାହିନୀ ପହଞ୍ଚô ନିଆଁ ଲିଭାଇବା ସହିତ, ନିଆଁରେ ପୋଡିହୋଇ ଗୁରୁତରଙ୍କୁ ଭଦ୍ରକ ମେଡିକାଲ ଆଣିଥିଲା  । ଏକ ବେଆଇନ ବାଣ ତିଆରି ଓ ଗଚ୍ଛିତ ଥିବା ଗୋଦାମରେ ହଠାତ ଅଗ୍ନିକାଣ୍ଡ ହୋଇ ଏଭଳି ହୋଇଥିଲା  । କାମ କରୁଥିବା ୫ ଜଣ ଲୋକ ଗୁରୁତର ହୋଇଥିଲେ  । ପ୍ରଥମେ ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇ ପରେ କଟକ ମେଡିକାଲ ପଠା ଯାଇଛି । ତେବେ ବିସ୍ପୋରଣ ଏତେ ମାତ୍ରାରେ ହୋଇଥିଲାଯେ, ଆଖାପାଖ ଗଛଗୁଡ଼ିକ ଜଳି ଯାଇଛି ଓ ଘରର ଝରକା କାଚ ମଧ୍ୟ ଭାଙ୍ଗି ଯାଇଛି । ଗୁରୁତରଙ୍କ ମଧ୍ୟରେ ୪ ଜଣ ମହିଳା ଓ ଜଣେ ନାବାଳକ ଥିବା ବେଳେ ୫ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ହଳଦିଦିହ ବାଇପାସ ଛକ ପାଖରେ କାମ କରୁଥିବା ଗୁରୁତର ୫ ଜଣ କାଳିବଜାର ନିବାସୀ ରଶ୍ମିତା ଜେନା (୨୬), ବାଇପାସ ନିବାସୀ ରତ ବିବି (୩୫), ଆସିଫା ଖାତୁନ ଓ ସୁଲତାନା ଗୁରତର ହୋଇ କଟକ ମେଡିକାଲରେ ଚିକିସôାଧୀନ ଅଛନ୍ତି । ତେବେ ନାବାଳକ ସେଖ ମୁସାରଫ(୧୨) ବର୍ଷ କଟକ ମେଡିକାଲରେ ପହଞ୍ଚôବା ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି  । ଘଟଣାସ୍ଥଳରେ ଦୁଇ ଅତିରିକ୍ତ ଏସପି ପହଞ୍ଚô ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । ଭଦ୍ରକ ମେଡିକାଲରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ଓ ମୁନିସପାଲଟି ଅଧ୍ୟକ୍ଷ ଗୁଲମୁଖି ହବିବି ପହଞ୍ଚôଥିଲେ । ସେହିପରି ବିଧାୟକ ସୀତାଂଶୁ ମହାପାତ୍ର ଫୋନ କରି ସ୍ୱତନ୍ତ୍ର ଚିକିସôା ବ୍ୟବସ୍ଥା କରିଥିବା ସୂଚନା ମିଳିଛି । ସେହିପରି ଭଦ୍ରକ ଚାନ୍ଦବାଲି ଅଞ୍ଚଳର ହଳଦିଡିହ ଗାଁରେ ବାଣ ଦୁର୍ଘଟଣାରେ ୨ ଜଣ ବ୍ୟକ୍ତିଙ୍କ ମୃତୁ୍ୟ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି  । ଶ୍ରମିକମାନଙ୍କ ମୃତୁ୍ୟ ଅତି ଦୁଃଖଦାୟକ ବୋଲି ମତବ୍ୟକ୍ତ କରିବା ସହିତ ମୁଖ୍ୟମନ୍ତ୍ରୀ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି  । ଏହା ସହିତ ପରିବାରର ନିକଟତମ ଆତ୍ମୀୟଙ୍କୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।