ଭୁବନେଶ୍ବର, କଟକ ଓ ପୁରୀରେ ଚାଲିବ ଡବଲ୍ ଡେକର ଇ-ବସ୍ : ଘରୋଇ ସଂସ୍ଥାଙ୍କୁ ଟେଣ୍ଡର ଆହ୍ବାନ କଲା କ୍ରୁଟ୍
ଭୁବନେଶ୍ବରରେ ଚାଲିବ ଡବଲ୍ ଡେକର ଇଲେକ୍ଟ୍ରିକ୍ ବସ୍। ଏଥିପାଇଁ ଘରୋଇ ସଂସ୍ଥା ମାନଙ୍କୁ ଟେଣ୍ଡର ଆହ୍ବାନ କରିଛି କ୍ରୁଟ୍। ଭୁବନେଶ୍ବର, କଟକ ଓ ପୁରୀରେ ଚାଲିବ ଏହି ଡବଲ୍ ଡେକର ଇ-ବସ୍। ପ୍ରଥମ ପର୍ଯ୍ୟାୟରେ ୫ଟି ଡବଲ୍ ଡେକର୍ ବସ୍ ଆସିବ।
ଏହି ଇ-ବସ୍ ପାଇଁ ୧୦ ବର୍ଷିଆ ଚୁକ୍ତି ହେବ। ସଂପୃକ୍ତ ସଂସ୍ଥା ସପ୍ଲାଏ, ଅପରେସନ୍, ମେଣ୍ଟେନାନ୍ସ ଓ କର୍ମଚାରୀ ଯୋଗାଇବ। ଆବଶ୍ୟକ ପଡିଲେ ଆହୁରି ୨ ବର୍ଷ ଚୁକ୍ତି ବଢାଯାଇପାରେ।