ସରକାର ଓ ବିରୋଧୀ ଏକାଠି : ସର୍ବ ଦଳୀୟ ବୈଠକ ଆରମ୍ଭ
ବିଜେପି, ବିଜେଡି, ଓ କଂଗ୍ରେସ ଓ ସିପିଏମ୍ ବିଧାୟକ ଉପସ୍ଥିତ । ସର୍ବଦଳୀୟ ବୈଠକରେ ମୁଖ୍ରମନ୍ତ୍ରୀ ମୋହନଚରଣ ମାଝୀ ଉପସ୍ଥିତ । ୨ ଉପମୁଖ୍ୟମନ୍ତ୍ରୀ ଓ ସରକାରୀ ଦଳ ମୁଖ୍ୟ ସଚେତକ ଉପସ୍ଥିତ । ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସହ ଆଇନମନ୍ତ୍ରୀ ମଧ୍ୟ ଉପସ୍ଥିତ । ଏହାଛଡା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା
ମଲ୍ଲିକ ଉପସ୍ଥିତ ଅଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଉପସ୍ଥିତ ରହିଛନ୍ତି । ଆସନ୍ତା ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଧାନସଭା ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ । ଏଥର ବିଧାନସଭା ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସ ରହିବା ନେଇ ଧାର୍ଯ୍ୟ ।