ଭୁବନେଶ୍ୱର ବାଇପାସ୍ ପାଇଁ କ୍ୟାବିନେଟ୍ ମୋହର
ଭୁବନେଶ୍ୱର : ଓଡିଶାରେ କ୍ୟାପିଟାଲ୍ ରିଜିଅନ୍ ରିଙ୍ଗ୍ ରୋଡ୍ ପାଇଁ କ୍ୟାବିନେଟ ମୋହର । ୮ହଜାର ୩୦୭କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ ରିଙ୍ଗ୍ ରୋଡ୍ । ୧୧୧ କିଲୋମିଟର ବାଇପାସ୍ ରାସ୍ତା ନିର୍ମାଣ ହେବ । କଟକ-ଭୁବନେଶ୍ୱରରେ ହେବ ୬ଲେନ୍ ବିଶିଷ୍ଟ ରିଙ୍ଗ୍ ରୋଡ । ଏଥିପାଇଁ ୮ହଜାର ୩୦୭କୋଟି ଟଙ୍କା ବ୍ୟୟ ଧାର୍ଯ୍ୟ କରାଯାଇଛି । କଟକ ଭୁବନେଶ୍ୱର ଟ୍ରାଫିକ୍ ସମସ୍ୟା ନିୟନ୍ତ୍ରଣ ଓ ଭିଡ କମାଇବାକୁ ଏହି ବ୍ୟବସ୍ଥା । ଏହା ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଯୋଜନାର ଅଂଶ କହିଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କୋଲକାତା, ଚେନ୍ନାଇ ଏନଏଚ୍ ଷୋହଳ ମଧ୍ୟରେ କଟକ, ଭୁବନେଶ୍ୱର ଆସୁଛି । ତେଣୁ କଟକ-ଭୁବନେଶ୍ୱର ମଧ୍ୟରେ ଭିଡ କମାଇବାକୁ ଏହି ରିଙ୍ଗ୍ ରୋଡ୍ କରାଯିବ ।